ଲେଖିଛି ନାଁ ତୋର

ଶୀର୍ଷକ _ଲେଖିଛି ନାଁ ତୋର


ରୀତାରାଣୀ ଦାଶ
ବାଲେଶ୍ୱର

ହୃଦୟ ଦେଇ ମୁଁ ଭଲ ପାଉଥିଲି
ତୋର ବିନା କିଏ ଭରସା ମୋର
ହୃଦୟ ତନ୍ତ୍ରୀରେ ପ୍ରତି ସ୍ପନ୍ଦନରେ
ଲେଖା ଅଛି ସାଥି ନାମ ତୋହର |

ସପନ ନାୟିକା ଅଳସୀ ପ୍ରେମିକା
ଲାବଣ୍ୟବତୀ ଲୋ ମୋ ଅନୁପମା
ଚାରୁ ଚନ୍ଦ୍ର ସମ ବଦନର ଶୋଭା
କିଏ ସେ ଦେବ ଯେ ତୋର ଉପମା |

ଛାତି ତଳ ବ୍ୟଥା ବୁଝି ପାରିଲୁନି
ମରି କି ଜିଇଁଛି ତୋହରି ପାଇଁ
ଚେନାଏ ହସରେ ଫସିଲି ଲୋ ପ୍ରିୟା
କପଟ ଚାତୁରୀ ଖେଳିଲୁ ତୁହି |

ଅଝଟିଆ ମନ ବିରହର ଜ୍ୱାଳା
ସହି ତ ପାରୁନି ଯନ୍ତ୍ରଣା ଭାର
ଝୁରୁଛି ମଧୁର ସ୍ମୃତିର ମୁହୂର୍ତ୍ତ
ମରିବି ପାରୁନି ସ୍ମୃତି ସାଥିର |

ମୃଦୁ ମଳୟର ଉଲ୍ଲସିତ ମନ
ଅକୁହା ରହିଛି କେତେ କାହାଣୀ
ଜ୍ୟୋତ୍ସା ବିଧଉତ ରଜନୀ ବିତୁଛି
ଖୋଜି ଖୋଜି ତୋତେ ନୀଳ ନୟନୀ |

ଥରୁଟେ ଦେଖାରେ ବାଙ୍କ ଚାହାଁଣୀରେ
ଚୋରାଇଲୁ ଆତ୍ମା ଆଖି ପଲକେ
ବାୟା ହୋଇଗଲି ପ୍ରେମର ଯାଦୁରେ
ଲେଖିଲି ତ ନାମ ଏଇ ଛାତିରେ |

ସବୁ ଲାଗେ ପିତା ସମ୍ପର୍କର ମୋହ
ସର୍ବତ୍ର ନାଚୁଛି ତୋହରି ରୂପ
ମୋ ରାଣ ପ୍ରିୟା ଥରେ କହି ଯାଆ
ପ୍ରେମ ପ୍ରୀତି ଆମ ଅଲିଭା ଦୀପ |

Leave a Reply

Your email address will not be published. Required fields are marked *