ପୁରୀ ସେନାପତିବଗିଚା ସିଦ୍ଧପୀଠରେ ପବିତ୍ର ଶ୍ରୀମଦ୍‌ଭଗବଦ୍‌ଗୀତା ଜୟନ୍ତୀ ଉପଲକ୍ଷେ ଯଜ୍ଞ ଆୟୋଜନ

ପୁରୀ ସେନାପତିବଗିଚା ସିଦ୍ଧପୀଠରେ ପବିତ୍ର ଶ୍ରୀମଦ୍‌ଭଗବଦ୍‌ଗୀତା ଜୟନ୍ତୀ ଉପଲକ୍ଷେ ଯଜ୍ଞ ଆୟୋଜନ କରାଯାଇଥିଲା ।ଏହି ଯଜ୍ଞ କାର୍ଯ୍ୟକ୍ରମରେ ପଣ୍ଡିତ ଦେବୀପ୍ରସାଦ ତ୍ରିପାଠୀ ମୁଖ୍ୟ ପୁରୋହିତ ଏବଂ ମନ୍ଦିର ପୂଜକ ଶ୍ରୀ ନିରଞ୍ଜନ ପଣ୍ଡା ପୁରୋହିତ ଭାବେ ଗୀତାପାଠ ଓ ଆହୁତି ପ୍ରଦାନ କରିଥିଲେ। ଲୋକରଞ୍ଜନ ହରିଚନ୍ଦନ ମୁଖ୍ୟ ଯଜମାନଙ୍କ ସହ ସାହି ସଭାପତି ନାରାୟଣ ଜେନା, ସୁରେନ୍ଦ୍ର ପ୍ରଧାନ, ରମେଶ ଚନ୍ଦ୍ର ପାତ୍ର, ଶ୍ରୀମତୀ ଗୀତାରାଣୀ ପାତ୍ର, ଶକୁନ୍ତଳା ଦେବୀ, ଜୟନ୍ତୀ ସାହୁ ପ୍ରଭୃତି ମନ୍ତ୍ରୋଚ୍ଚାରଣ ସହ ପ୍ରଭୁଙ୍କୁ ତୁଳସୀ ଅର୍ପଣ କରିଥିଲେ। ସମସ୍ତ ସାହିବାସିନ୍ଦା ପବିତ୍ର ପୂର୍ଣ୍ଣାହୁତି ଓ ଆଳତି କାର୍ଯ୍ୟକ୍ରମରେ ଯୋଗଦାନ କରି ଆଶିଷ ଲାଭ କରିଛନ୍ତି।

Leave a Reply

Your email address will not be published. Required fields are marked *