ଗ୍ଲୋରି ଫେଷ୍ଟ୍-୨୦୨୪’ ଉଦ୍ଯାପିତଗ୍ଲୋରି କୁଇନ୍ ମୁକୁଟ ପିିନ୍ଧିଲେ ଯମୁନା ସୋନୱାଲ
‘ -ପୁରୀ,୧୨।୦୧: ଶ୍ରୀକ୍ଷେତ୍ର ଅଗ୍ରଣୀ ଯୁବ ସାଂସ୍କୃତିକ ଅନୁଷ୍ଠାନ ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର ଆନୁକୂଲ୍ୟରେ ତିନିଦିନଆ ‘ଗ୍ଲୋରି ଫେଷ୍ଟ୍-୨୦୨୪’ ଶୁକ୍ରବାର ବେଳାଭୂମୀରେ ଉଦଯାପିତ ହୋଇଛି । ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ଅଧ୍ୟକ୍ଷ ITDC ସମ୍ବିତ ପାତ୍ର, ବିଧାୟକ ଜୟନ୍ତ ଷଡଙ୍ଗୀ,ଶଙ୍କର ପରିଡା ,ପ୍ରଭାସ ମହାନ୍ତି,ହୋଟେଲିଅର ରାଜ କିଶୋର ପାତ୍ର ଯୋଗଦେଇଥିଲେ । ଏହି ଦିବସର ମୁଖ୍ୟ ଆକର୍ଷଣ ଥିଲେ ଇଣ୍ଡିଆନ ଆଇଡଲ ୨୦୧୮ବର୍ଷ ର ଫାଇନାଲିଷ୍ଟ ବିଶ୍ୱଜିତ ମହାପାତ୍ର ଓ ସୋନାମ ଦାସ। ଏମାନଙ୍କ ଗୀତରେ ଦର୍ଶକମାନେ ଝୁମିଥିଲେ । ବେଳାଭୂମୀର ଶିତୁଆ ସନ୍ଧ୍ୟାକୁ ବିଶ୍ୱଜିତଙ୍କ ଗୀତ ଦର୍ଶକଙ୍କୁ ମୋହିତ କରିଥିଲା । କାର୍ଯ୍ୟକ୍ରମକୁ ଆଙ୍କର ପିୟୂଷ ଓ ଦୁର୍ଗା ସଂଯୋଜନା କରିଥିଲେ।

ତିରୁପତି ବିଶ୍ୱବିଦ୍ୟାଳୟର ଯମୁନା ସୋନୱାଲ ଚଳିତବର୍ଷ ଗ୍ଲୋରି କୁଇନ୍-୨୦୨୪ ମୁକୁଟ ପିନ୍ଧିଛନ୍ତି। ଗ୍ଲୋରିକୁଇନ୍ର ପ୍ରଥମ ରନର୍ସଅପ ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ରୀ ଟୀଶା ମିଶ୍ର, ଦ୍ବିତୀୟ ରନର୍ସଅପ ହାଇଟେକ କଲେଜ ଭୁବନେଶ୍ୱରର ଛାତ୍ରୀ ଅଭିଲିପ୍ସା ନାୟକ ସ୍ଥାନ ହାସଲ କରିଛନ୍ତି। ଏହାସହ ରାଉରକେଲା ସରକାରୀ ମହାବିଦ୍ୟାଳୟ ଦଳଗତ ଚମ୍ପିୟନ ଟ୍ରଫି ହାତେଇଥିବାବେଳେ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ସଂସ୍ଥାନ ,ପୁରୀର ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଟ୍ୟାଲେଣ୍ଟ ଅଫ୍ ଦି ୟର ଭାବେ ପୁରସ୍କୃତ କରାଯାଇଥିଲା। ସେହିପରି ବାଲେଶ୍ଵରର ଫକୀର ମୋହନ ବିଶ୍ବବିଦ୍ୟାଳୟ ଟିମକୁ ଶୃଙ୍ଖଳିତ ଦଳ ଭାବେ କରାଯାଇଛି। ଏହାସହ ଅନ୍ୟାନ୍ୟ ୦୭ ଗୋଟି ବିଭାଗରେ ଅନୁଷ୍ଠିତ ହୋଇଥିବା କୃତି ପ୍ରତିଯୋଗୀମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଛି ।ଏହି ଉତ୍ସବରେ, ଢ଼େଙ୍କାନାଳ ସ୍ୱଂୟଶାସିତ ମହାବିଦ୍ୟାଳୟ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ କ୍ୟାମ୍ପସ, ଏସ୍ସିଏସ୍ ସ୍ୱଂୟଶାସିତ ମହାବିଦ୍ୟାଳୟ, ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ, ଆଞ୍ଚଳିକ ଡ଼ିଗ୍ରି କଲେଜ ଢ଼େଙ୍କାନାଳ, ହାଇଟେକ୍ କଲେଜ ଅଫ୍ ନର୍ସିଂ, ହାଇଟେକ୍ ସ୍କୁଲ୍ ଅଫ ନର୍ସିଂର ୨୭୫ରୁ ଊର୍ଦ୍ଧ୍ୱ ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ତଥା ଗ୍ଲୋରି ଫେଷ୍ଟ୍-୨୦୨୪ର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଜୟନ୍ତ କୁମାର ଷଡଙ୍ଗୀ, ଗୌରହରି ପ୍ରଧାନ, ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀ, କାର୍ଯ୍ୟକାରୀ ଅଧ୍ୟକ୍ଷ ରାଜେଶ କୁମାର ମହାନ୍ତି, ଉପାଧ୍ୟକ୍ଷ ରାକେଶ ସାମଲ, ଯୁଗ୍ମ-ଉପାଧ୍ୟକ୍ଷ ହରପ୍ରସାଦ ବିଶ୍ବାଳ, ବିଦ୍ରୋହ କେଶରୀ ସିଂ, ପୂର୍ଣ୍ଣେନ୍ଦୁ ପଟ୍ଟନାୟକ, ସାଧାରଣ ସଂପାଦକ ଦେବେନ୍ଦ୍ର ପ୍ରସାଦ ମହାପାତ୍ର, ସଂଗଠନ ସଂପାଦକ ସୌମ୍ୟ ରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ ଜଗମୋହନ ଚୌଧୁରୀ, ସାଂସ୍କୃତିକ ସଂପାଦକ ଦାମୋଦର ଶତପଥୀ, ସମାଜସେବା ସମ୍ପାଦକ ଜିତେନ୍ଦ୍ର ନାଥ କଟିସ, ମୁଖପାତ୍ର ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ସାଥୁଆ ଓ ସୌମିତ୍ର ହରିଚନ୍ଦନ, ବରିଷ୍ଠ ସଦସ୍ୟ ସଞ୍ଜୀବ କୁମାର ରଥଶର୍ମା,ଶିବ ଶଙ୍କର ପ୍ରଧାନ,ପ୍ରଦୀପ ପରିଡା,ଆଲୋକ କୁମାର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ ।
