ଯାତ୍ରା କଳାକାର ଦିବସ ଯାତ୍ରା କଳାକାରଙ୍କ ଅଶ୍ମୀତାର ପରିଚାୟକ : ଅଭୟ ଦାସ

ବ୍ରହ୍ମପୁର, ତା. ୧୮/୦୯ : କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ତରଫରୁ ପବିତ୍ର ଯାତ୍ରା କଳାକାର ଦିବସ ଭୁବନେଶ୍ୱର କଳ୍ପନା ଛକ ସନ୍ନିକଟ ସ୍ଟେପ୍ ଇନ୍ ହୋଟେଲ କନଫରେନସିଂ ହାଲ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥିଭାବେ ନାଟ୍ୟକାର ଅଭୟ କୁମାର ଦାସ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ଦିବସ ଯାତ୍ରା କଳାକାରମାନଙ୍କ ଅସ୍ମିତାର ପରିଚାୟକ ବୋଲି ମତବ୍ୟକ୍ତ କରିଥିଲେ। ବରିଷ୍ଠ ନାଟ୍ୟକାର ଡଃ. କୈଳାସ ମଲ୍ଲିକ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ମଞ୍ଚମୋହନ ରାଜେନ୍ଦ୍ର ମୋହନ ପତିଙ୍କ ଉତ୍ସର୍ଗୀକୃତ ନାଟ୍ୟ ଜୀବନ ସମ୍ପର୍କରେ ସବିଶେଷ ଆଲୋକପାତ କରିଥିଲେ। ମହାସଂଘ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ସମାଗତ କଳାକାରମାନେ ଉପସ୍ଥିତ ରହି ମଞ୍ଚମୋହନ ଶ୍ରୀଯୁକ୍ତ ପତିଙ୍କୁ ତାଙ୍କ ୭୫ତମ ଜନ୍ମଦିନ ଶୁଭେଚ୍ଛା ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ନରେନ୍ଦ୍ର ପ୍ରସାଦ ବେହେରା, ନାଟ୍ୟକାର ଇନ୍ଦ୍ରମଣି ବାରିକ, ବାଲାଜୀ ସାମନ୍ତରା, ଜୟକୃଷ୍ଣ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *