|| ଆସିଲ ବୋଲି ତ……. ||

|| ଆସିଲ ବୋଲି ତ……. ||

ନିଦାଘରେ ତମେ ଆସିଲ ବୋଲି ତ
ବରଷା ଆସିଲା ବେଗି,
ବିରହ ତାତିରୁ ମୁକତି ଲଭିଲି
ମନ ମୋର ଅନୁରାଗୀ ।

ତମର ସେ ମୃଦୁ ଶୀତଳ ପବନ
ଦେଉଥିଲା ଆଲିଙ୍ଗନ,
ଆଖି ସହ ଆଖି କଥା ହେଉଥିଲା
ମଧୁଝରା ସମ୍ମୋହନ,
ବାକି ଥିବା ଭାବ ଝରି ଯାଉଥିଲା
ବାଧାର ବନ୍ଧକୁ ଭାଙ୍ଗି |
ବିରହ ତାତିରୁ…….

ମନ ଅଗଣାରେ ଶୋଭା ବିମଣ୍ଡିତ
ପ୍ରେମ ରଙ୍ଗ ଇନ୍ଦ୍ରଧନୁ,
ତମେ ସାଜିଥିଲ ଗୋପ ରାଧା ରାଇ
ମୁହିଁ ଯମୁନାରେ କାହ୍ନୁ,
ଛାତିର ଲଗାଣ ଶ୍ରାବଣ ବର୍ଷାରେ
ଦୁହେଁ ଥିଲେ ସହଭାଗୀ ।
ବିରହ ତାତିରୁ…….
©®ସୁଜିତ୍ କୁମାର ମିଶ୍ର ™
ଜନାର୍ଦ୍ଦନପୁର ଶାସନ
କେନ୍ଦୁଝର

Leave a Reply

Your email address will not be published. Required fields are marked *