ଯୁବ ସାମ୍ବାଦିକ ନିଜ ନିର୍ବନ୍ଧ କୁ ନିଆରା ଢଙ୍ଗରେ ପାଳିଲେ
ଆଜିର ଯୁଗରେ ନିଜ ବାହାଘର ନିର୍ବନ୍ଧ ହେଉ ଅବା ବିବାହ ଉତ୍ସଵ ବିଭିନ୍ନ ହୋଟେଲ ମାନଙ୍କରେ ଆଡମ୍ବର ସହକାରେ ପାଳନ କରାଯାଉଥିବା ବେଳେ, ଜଣେ ଯୁବ ସାମ୍ବାଦିକ ନିଜର ନିର୍ବନ୍ଧକୁ କର୍କଟରୋଗୀଙ୍କ ଉଦେଶ୍ୟରେ ଉସର୍ଗ କରି ନିଆରା ଭାବେ ପାଳନ କରିଛନ୍ତି | ନ ଥିଲା କେକ୍ କିମ୍ବା ସେଲିବ୍ରେସନ୍। ହିନ୍ଦୁ ରୀତିନୀତି ଅନୁଯାଇ ପ୍ରଥମେ ପୂଜ୍ୟ ସାଧୁ ସନ୍ଥଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ଦମ୍ପତି I ପୁରୀଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଡେଣୁଅ ପଞ୍ଚାୟତର ଯୁବ ସାମ୍ବାଦିକ ବିକାଶ ବାରିକ ଓ ଅଭିଲିପ୍ସା। ନିମାପଡ଼ା ସିଦ୍ଧେଶ୍ୱର ମନ୍ଦିରରେ ଅନୁଷ୍ଠିତ ନିର୍ବନ୍ଧ କର୍ଯ୍ୟକ୍ରମରେ ଗୁରୁଙ୍କ ଚରଣରେ ପ୍ରଣିପାତ କରିବା ପରେ, ପୁଷ୍ପମାଲ୍ୟ ଦେଇ ଆଶୀର୍ବାଦ ଭିକ୍ଷା କରିଥିଲେ ଉଭୟେ। ପରେ ଜଣେ ଅସହାୟ କର୍କଟ ରୋଗୀ ପାଇଁ ହୁଣ୍ଡି ଦାନ କରିବା ପରେ ସର୍ବ ସମ୍ମୁଖରେ ଭାଙ୍ଗି ଥିଲେ ହୁଣ୍ଡି । ସମୁଦାୟ 17 ହଜାର 100 ଟଙ୍କାକୁ ସର୍ବ ସମ୍ମୁଖରେ କର୍କଟ ରୋଗରେ ପୀଡିତ କୁନି ଝିଅ ଜାଗୃତିକୁ ପ୍ରଦାନ କରିଥିଲେ । ନିର୍ବନ୍ଧରେ ଯୁବ ସାମ୍ବାଦିକ ବିକାଶ ଚନ୍ଦ୍ର ବାରିକ ଏବଂ ଅଭିଲିପ୍ସା ଆପଣେଇ ଥିଲେ ଏମିତି କିଛି ନିଆରା ପରମ୍ପରା।
