ଜଗତସିଂହପୁର ଜିଲ୍ଲାର ଯୁବ ପ୍ରତିଭା ଓଡ଼ିଶା ପାଇକ ସମ୍ମାନରେ ସମ୍ମାନୀତ
ରାହାମା-୨୬/୨-ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଜଗତସିଂହପୁର ଜିଲ୍ଲାର ଯୁବ ପ୍ରତିଭାମାନଙ୍କୁ ଓଡ଼ିଶା ପାଇକ ସମ୍ମାନରେ ସମ୍ମାନୀତ କରାଯାଇଛି। ପଙ୍କପାଳର ଯୁବ ସରପଞ୍ଚ ସରୋଜ କୁମାର ସେଠୀ, ବିଶିଷ୍ଟ ସମାଜସେବୀ ରବୀନ୍ଦ୍ରନାଥ ସେଠୀ, ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ବାରିକ, ନୀଳାମ୍ବର ମିଶ୍ର,ଶରତ ଦାଶ, ସାରଦା ପ୍ରସନ୍ନ ପରିଜା,ପ୍ରେସ କ୍ଲବର ସଂଗଠନ ସଂପାଦକ ତଥା ସମ୍ବାଦ ପ୍ରତିନିଧି ଦେବାଶିଷ ଅକ୍ଷୟ ମହାନ୍ତି, ଓଡ଼ିଶା ସମାଚାରର ମୁଖ୍ୟ ସଂପାଦକ ପ୍ରମୋଦ ମଲ୍ଲିକ, ଆନ୍ତର୍ଜାତିୟ ମାନବାଧିକାର ରକ୍ଷକ ଜିଲ୍ଲା ସଂପାଦକ ଡଃ ମାନସ ରଞ୍ଜନ ମହାନ୍ତି,କବି ପ୍ରତିଭା ରାଣୀ ରାୟ,ଯୁବ ସମାଜସେବୀ ବସନ୍ତ କୁମାର ପେଦେଣ୍ଟି ପ୍ରମୁଖଙ୍କୁ ମାନ୍ୟବର ବିଧାୟକ ପ୍ରଶାନ୍ତ ଜଗଦେବ ଓଡ଼ିଶା ପାଇକ ସମ୍ମାନରେ ସମ୍ମାନୀତ କରିଛନ୍ତି । ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତିବିଶେଷ ଏବଂ ଜିଲ୍ଲାର ବୁଦ୍ଧିଜୀବୀ ଏହି ଯୁବ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ସ୍ଥାନୀୟ ଅଞ୍ଚଳର ପଙ୍କପାଳ ସମବାୟ ସମିତିର ସଭାପତି ଫକୀର ଦାସ,ଆଡଭୋକେଟ ଦେବାଶିଷ କଣ୍ଠ,ସାଇଲୋ ସମବାୟ ସମିତିର ସଭାପତି ପ୍ରଦୀପ କୁମାର ବେଉରା, ବଜାର କମିଟି ରାହାମା ସଭାପତି ଶିଶିର କୁମାର ଦାସ, ସଂପାଦକ ପ୍ରଶାନ୍ତ ସାହୁ,ଆନ୍ତର୍ଜାତିୟ ଜଗନ୍ନାଥ ମହୋତ୍ସବ କମିଟିର ସମ୍ପାଦକ ଡଃ ସୁନାକର ବେହେରା,ତେରମାଣପୁର ନୃସିଂହ ମଠର ଅଧିକାରୀ ରମାକାନ୍ତ ଦାସ,ଭାଲିଆପାଟଣା ଗ୍ରାମର ମୁରଲୀ ତଥା ସମାଜସେବୀ ବୈକୁଣ୍ଠ ସେନାପତି, ପଙ୍କପାଳ ପୂର୍ବତନ ସମିତି ସଭ୍ୟ ଅକ୍ଷୟ ସାହୁ,ଅଗପାଳ ସରପଞ୍ଚ ବିପିନଶ କୁମାର ବିଶ୍ଵାଳ, କୁଜଙ୍ଗ ଜ୍ୟୋତି ମହାସଭାର ସଭାନେତ୍ରୀ ମନୋରମା ମହାପାତ୍ର, କୋଷାଧ୍ୟକ୍ଷ ବାସନ୍ତୀ ଦଳାଇ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।
