ବଳିଦାନ ତୁମ ଚିରସ୍ମରଣୀୟ
ବଳିଦାନ ତୁମ ଚିରସ୍ମରଣୀୟ
(ସ୍ବର୍ଗତ ସୈାମ୍ଯାଶ୍ରୀ ବିଶି ଙ୍କ ସ୍ମରଣରେ) ବଳିଦାନ ତୁମ ଚିରସ୍ମରଣୀୟ
ରହିଛି ସ୍ମୃତି ମଧ୍ୟରେ
ପିତା ମାତା ଙ୍କ ର ଆଶାର ଆଲୋକ
ଲିଭିଗଲା ଅନ୍ଧାର ରେ।
ପ୍ରିୟ ଝିଅ ତୁମେ ପାଠ ପଢିଥିଲ
ଆଶାର ଆଲୋକ ନେଇ
ଆଶାର ଆଲୋକ ବିଛଦିତ। ହେଲା
ଦୃଷ୍ଟ ଅଧ୍ୟାପକ ପାଇଁ।
ଅଧ୍ୟକ୍ଷ ହୋଇ ହୃଦୟ ମଧ୍ୟରେ
ନଥିଲା ବିଚାର ଭାବ
ଯାହା ପାଇଁ ଆଜି ସୈାମ୍ଯାଶ୍ରୀର ଲିଭିଲା ଜୀବନ ଦୀପ।
ବୁଝିଲେ ନାହିଁ ସେ ଝିଅ ର ଦୁଃଖ କୁ
ହୃଦୟ ରେ ନାହିଁ ଦୟା
ବଶବର୍ତ୍ତୀ ହୋଇ ମୋହର ମାୟାରେ ବିସ୍ତାର କରିଲେ କାୟା।
ସାଂସଦ ଙ୍କ ପରାମର୍ଶ କୁ ଅଧ୍ୟକ୍ଷ
କରିଲେ ହତାଦର
ଜେଲ୍ ମଧ୍ୟରେ ଭାବୁଥିବେ
କର୍ମ କରିବାର ଫଳ।
ବାପା ମାଆ ଭାଇ କୋହ ର ସାଗରେ କେ ବୁଝିପାରିବ ଦୁଃଖ
ଜଗନ୍ନାଥ ସ୍ଵାମୀ ସହାୟ ହୁଅନ୍ତୁ
ଲିଭିଲା ଜୀବନ ଦୀପ।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା
