ପୁରୀରେ ଯୁବ ଓ ଶିକ୍ଷା ସମ୍ମେଳନ ଉଡାନ ଉତ୍ସବ

ଯୁବକ ଓ ଶିକ୍ଷlବିତ ସମ୍ମେଳନଓ ଉଡ଼ାନ ଉତ୍ସବ 2026 ଅନୁଷ୍ଠିତ l CKNKH(ଚଲୋ କୁଛ ନୟା କର୍ତ୍ତେହେ )ଫାଉଣ୍ଡେସନ ତରଫରୁ ସଂସ୍କୃତି ଭବନ, ପୁରୀରେ ଯୁବ ଓ ଶିକ୍ଷl ସମ୍ମେଳନ ଓ ଉଡାନ ଉତ୍ସବ 2026 ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼. ଶତ୍ରୁଘ୍ନ ପାଣିଗ୍ରାହୀ ଉଦଘାଟନ କରି ବେଦାନ୍ତ ଶାସ୍ତ୍ର ଓ ପ୍ରାଚୀନ ସଂସ୍କୃତିର ଅବତାରଣା କରି ଆଦର୍ଶ ଭାରତ ବର୍ଷ ଗଠନ ପାଇଁ ଯୁବକ ମାନଙ୍କୁ ଆହ୍ୱାନ ଦେଇଥିଲେ l ସୁଶ୍ରୀ ଅଭିଲିପସା ଦାଶ ଜଗନ୍ନାଥଙ୍କ ଭଜନ ଗାନ କରିଥିଲେl lକାର୍ଯ୍ୟକ୍ରମ ସଂଯୋଜକ ବାବୁଲ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଡ଼. ରାଘବ ଚନ୍ଦ୍ର ନାଥ ସଭାପତିତ୍ୱ କରିଥିଲେ l ବିଶିଷ୍ଠ ଅତିଥି ରୁପେ ସଦାଶିବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପୁରୀ ପରିସରର ନିର୍ଦେଶକ ପ୍ରଫେସର ଡ଼. ପ୍ରଭାତ କୁମାର ମହାପାତ୍ର ଯୋଗଦେଇ ରାଷ୍ଟ୍ର ଗଠନରେ ଯୁବ ସମାଜ ଓ ଶିକ୍ଷାବିତ ମାନଙ୍କର ଅବଦାନ ସମ୍ପର୍କରେ ଆଲୋକ ପାତ କରିଥିଲେ l ମୁଖ୍ୟ ବକ୍ତା ରୁପେ ଅନୁଷ୍ଠାନର ଉପଦେଷ୍ଠl ପ୍ରାଧ୍ୟାପକ ଡ଼.ବଳରାମ ଦାଶ ଯୋଗ ଦାନ କରି ବିକଶିତ ଭାରତ ଗଠନ ପାଈଁ ଜଗନ୍ନାଥ ସଂସ୍କୃତି ଓ ସନାତନ ଧର୍ମ ହିଁ ଯୁବକ ମାନଙ୍କୁ ଶାନ୍ତି,ମୈତ୍ରୀ ଓ ଭାଇଚାରାରେ ଏକତ୍ରିତ କରି ସମୃଦ୍ଧ ରାଷ୍ଟ୍ର ଗଠନରେ ମାର୍ଗଦର୍ଶନ ଦେଇପାରିବ ବୋଲି ମତ ପ୍ରଦାନ କରିଥିଲେ l

ଡ଼.ବଳରାମଦାଶ ଙ୍କୁ ସମାଜ ସେବା ଓ ଶିକ୍ଷl ପାଈଁ ସେବା ଓ ଶିକ୍ଷା ସମ୍ମାନ ଉଡାନ ସମ୍ମାନ 2026 ପ୍ରଦାନ କରାଯାଇଥିଲା l ଆଲୋଚନା ଚକ୍ରରେ ଆମନ୍ତ୍ରିତ ଅତିଥିରୂପେ ବିଶ୍ବ ହିନ୍ଦୁ ପରିଷଦର ରାଜ୍ୟ କାର୍ଯ୍ୟକାରୀ ସଭାପତି ଲାଲ ଅନନ୍ତ କୁମାର ସିଂଓ ସମାଜ ସେବୀ ପୂଜା ଗୋସ୍ୱାମୀ, ପ୍ରମୁଖ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଯୁବକ ଯୁବତୀ ମାନେ ବିଭିନ୍ନ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବେ ପରିବେଷଣ କରିଥିଲେ l ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତl ହାସଲ କରିଥିବା ଯୁବ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇ ଥଲା l ସାଧାରଣ ସମ୍ପାଦକ ପ୍ରିତିଶ ତିୱାରୀ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *