ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଯୁବକ ଅଟକ

ପୁଣି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇ ହଟହଟା ହେଲେ ଜଣେ ଯୁବକ। କର୍ଣ୍ଣାଟକର ଅଭିଦ୍ୟୁୟ ସିହ୍ନା ନାମକ ଜଣେ ଯୁବକ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇ ସିଂହଦ୍ଵାର ଥାନାରେ ଅଟକ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁରୀ ଏସପି ପ୍ରତୀକ୍ ସିଂଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟରୁ ଡ୍ରୋନ୍ ଅପରେଟ୍ କରୁଥିବା ସମ୍ପୃକ୍ତ ଯୁବକଙ୍କୁ କାବୁ କରି ସିଂହଦ୍ଵାର ଥାନାରେ ଅଟକ ରଖିଛନ୍ତି। ଯୁବକଙ୍କ ଠାରୁ ଡ୍ରୋନ୍ ଜବତ ହୋଇଛି। ଶ୍ରୀମନ୍ଦିର ଉପରକୁ ନୋ ଫ୍ଲାଇଁ ଜୋନ୍ ଭାବେ ଘୋଷଣା ହୋଇଥିବା ବେଳେ ବାରମ୍ବାର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବାରୁ ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡଧରଣର ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେଣୁ ସରକାର ଖୁବଶୀଘ୍ର ଆଣ୍ଟି ଡ୍ରୋନ୍ ଡିଭାଇସ୍ ବ୍ୟବସ୍ଥା କରିବାକୁ ଦାବି ହୋଇଛି

Leave a Reply

Your email address will not be published. Required fields are marked *