ଲଭ୍,ସେକ୍ସ, ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

ଲଭ୍,,ସେକ୍ସ,ଧୋକ୍କା ପ୍ରତାରଣା ଅଭିଯୋଗରେ ପୁରୀ ସମୁଦ୍ରକୂଳ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ହେଉଛି ସମୁଦ୍ରକୂଳ ଥାନା ଅନ୍ତର୍ଗତ ବେହେରା ସାହିର ତୋଫାନ ଓରଫ୍ ହରେକୃଷ୍ଣ ବେହେରା । ଜଣେ ବିବାହିତ ମହିଳାଙ୍କୁ ଜୋରଜବରଦସ୍ତ ପ୍ରେମ କରିବା ସହ 4 ମାସର ଗର୍ଭବତୀ କରି ବିବାହ କରିବାକୁ ମନାକରିବାରୁ ଗିରଫ ହୋଇଛନ୍ତି ଯୁବକ । ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ କରି ବାରମ୍ବାର ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିଥିଲା ଅଭିଯୁକ୍ତ।

ମହିଳା ଜଣକ ତାଙ୍କୁ ବାହାଘର କଥା କହିବା ପରେ ଅଭିଯୁକ୍ତ ହରେକୃଷ୍ଣ ଓରଫ ତୋଫାନ ତାଙ୍କୁ ବିବାହ କରିବାକୁ ମନା କରିବାରୁ ସମୁଦ୍ରକୂଳ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ମହିଳା। ମହିଳାଙ୍କ ଅଭିଯୋଗକୁ ଆଧାର କରି ପୁରୀ ସମୁଦ୍ରକୂଳ ଥାନା ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି |

Leave a Reply

Your email address will not be published. Required fields are marked *