ସୋନ ନଦୀ ପୋଲ ତଳକୁ ଖସିପଡି ଯୁବକ ଙ୍କ ମୃତ୍ୟୁ
ଉଦଳା ତା ୨୨/୮, (ନି. ପ୍ର ) ଗତକାଲି ରାତିରେ ସୋନ ନଦୀ ଉପରେ ଜିରିଡା ପୋଲ ତଳକୁ ଖସି ପଡି ଥିବ ଉଦଳା ର ଜଣେ ଯୁବକ ନିଖୋଜ ହେବାର ଦୀର୍ଘ ୧୧ ଘଣ୍ଟା ପରେ ଆଜି ତାର ମୃତ ଦେହ ନଦୀ ଗର୍ଭ ରୁ ଉଦ୍ଧର କରାଯାଇଛି l ଖବର ଅନୁସାରେ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ର ୯ନମ୍ବର ୱାର୍ଡ ର ଅସୀମ ଅମିତାଭ ବିଶ୍ୱାଳ ନିଜ ସାଙ୍ଗମାନଙ୍କୁ ଧରି ବାଇକ ଯୋଗେ ସୋନ ନଦୀ ବୁଲିବାକୁ ଯାଇଥିଲେ l ମାତ୍ର ହଟାତ ବାଇକ ରୁ ଓଲ୍ଲାଇ ଭରା ନଦୀ ର ପ୍ରଖର ସୁଅ କୁ ଡିଆଁ ମାରି ଦେଇଥିଲେ ବୋଲି ତା ସହିତ ଯାଇଥିବା ସାଙ୍ଗ ମନେ ଉଦଳା ପୋଲସ ଙ୍କ ଠାରେ ବୟାନ ପ୍ରଦାନ କରିଥିବା ସୂଚନା ମିଳେ l ତେବେ ସୂଚନା ପାଇ ଉଦଳା ଅଗ୍ନିଶମ ବିଭା ଓ ଓଡ୍ରାଫ ଟିମ ତୁରନ୍ତ ସେଠାରେ ପହଂଚି କରିଥିଲେ l ରାତିର ଗଭୀର ଅନ୍ଧାର ତଥା ପ୍ରଖର ଜଳ ସ୍ରୋତ ଯୋଗୁ ଅସୀମ ଅମିତାଭ ଙ୍କ ପତ୍ତା ମିଳି ନ ଥିଲା l ତେବେ ଆଜି ସକାଳେ ତାର ମୃତ ଦେହ ଭାସୁଥିବା ଦେଖି ଅଗ୍ନିଶମ କର୍ମଚାରୀ ପ୍ରଖର ଜଳ ସ୍ରୋତ ମଧ୍ୟରୁ ତାର ମୃତ ଦେହ ଉଦ୍ଧର କରିଥିବା ପ୍ରକାଶ l କେଉଁ କାରଣ ରୁ ଏପରି ଦୁଖଃଦ ଘଟଣା ଘଟିଲା ତାହା ବର୍ତମାନ ରହସ୍ୟ ଘେରରେ l ଉଦଳା ପୋଲିସ ୫୧/୨୫ନମ୍ବର ରେ ଏକ ଅପ ମୃତ୍ୟୁ ମାମଲା ରଜୁ କରି ଘଟଣା ର ତଦନ୍ତ ଆରମ୍ଭ କରୁଥିବା ପ୍ରକାଶ l
