ବାଲି ବୋଝେଇ ହାଇୱା ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ

ବାଲି ବୋଝେଇ ହାଇୱା ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ।ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ। ରେଡକ୍ରସରୁ ଅର୍ଥରାଶି ଘୋଷଣା ପରେ ହଟିଲା ରାରୋକ।Format -AVOପ୍ରକାଶ କୁମାର ପାତ୍ର କାମାକ୍ଷାନଗର୧୬.୦୩.୨୦୨୪ଆଙ୍କର -ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କାମାକ୍ଷାନଗର -ଢେଙ୍କାନାଳ ମୁଖ୍ୟ ରାସ୍ତାର ମହୁଲି ଗାଁ ପଞ୍ଚଶଖା ରାଇସ ମିଲ ନିକଟରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା। ସ୍କୁଟି ଉପରେ ଚଢିଗଲା ବାଲି ବୋଝେଇ ହାଇଓ୍ବା ଟ୍ରକ। ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଆଲୁଅଝରଣ ଗାଁର ଶାମ୍ବ କୁମାର ସାହୁ। ଶାମ୍ବ ସ୍କୁଟି ଯୋଗେ ଘରୁ ବାହାରି ଢେଙ୍କାନାଳ ଆଡକୁ ଯାଉଥିବା ବେଳେ ମହୁଲି ନିକଟରେ ବିପରିତ ଦିଗରୁ ଏକ ବାଲି ବୋଝେଇ ହାଇଓ୍ବା ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା। ଏହା ସହିତ କିଛି ବାଟ ଗାଡିଟିକୁ ଘୋଷାଡି ନେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ତେବେ ଦୁର୍ଘଟଣା ଘଟେଇବା ପରେ ହାଇଓ୍ବା ଚାଳକ ଗାଡି ଛାଡି ଚମ୍ପଟ ମାରିଥିଲା। ଉତ୍ୟକ୍ତ ଲୋକମାନେ କ୍ଷତି ପୂରଣ ଦାବିରେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ବେଶ କିଛିସମୟଧରି ଘଟଣାସ୍ଥଳରେ ଚାପାଉତେଜନା ଲାଗିରହିଥିଲା। ଖବର ପାଇ ଘଟଣା ସ୍ଥଳରେ ତୁମୁସିଙ୍ଗା ଥାନା ପୋଲିସ ଏବଂ କାମାକ୍ଷାନଗର SDPO ଓ କାମାକ୍ଷାନଗର ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ରେଡକ୍ରସରୁ ଅର୍ଥିକ ସହାୟତା ମିଳିବା ପରେ ରାସ୍ତାରୋକ ହଟିଥିଲା।

Leave a Reply

Your email address will not be published. Required fields are marked *