ବିଦ୍ୟୁତ ଆଘାତରେ ଯୁବକ ମୃତ୍ୟୁ।
ରଘୁନାଥପୁର ତା ୨୯:୮:୨୫: :-ରଘୁନାଥପୁର ନିକଟସ୍ଥ ଶିଲ ଗ୍ରାମର ଜୈନିକ ଯୁବକ ର ବିଦ୍ୟୁତ ଆଘାତ ରେ ମୃତ୍ୟୁ ଘଟିଛି। ପ୍ରକାଶ ଥାଉ କି କିଶୋର ନଗର ଥାନା ଅଧୀନ ଶିଲ ଗ୍ରାମର ପର୍ଶୁରାମ ସିଂ କର ପୁତ୍ର ରଞ୍ଜିତ ସିଂ (୧୯) ଆଜି ଶୁକ୍ରବାର ମଧ୍ୟାହ୍ନ ରେ ନିଜ ବାଡ଼ିରେ ଥିବା କଦଳୀ ଗଛରୁ କଦଳୀ କାଟୁଥିଲେ ମାତ୍ର ସେ ଜାଣି ନଥିଲେ ଯେ କଦଳୀ ଗଛର ଅଗ୍ରଭାଗ ବିଦ୍ୟୁତ ତାର ରେ ଲାଗିଛି ବୋଲି, ଯାହା ଫଳ ରେ ରଂଜିତ ବିଦ୍ୟୁତ ଆଘାତ ରେ ତଳେ ପଡି ଗୁରୁତର ହୋଇଥିଲେ।

ପରିବାର ଓ ଗାଁ ଲୋକେ ତାଙ୍କୁ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ମାତ୍ର ସ୍ବାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ରଂଜିତ କୁ ମୃତ ଘୋଷଣା କରିଥିଲେ। ଖବର ପାଇ କିଶୋରନଗର ଥାନା ପୋଲିସ୍ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ସବକୁ ବ୍ୟବଛେଦ ନିମନ୍ତେ କଟକ କୁ ପଠାଇ ଦୃଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି।
