କାର ଧକ୍କାରେ ଯୁବକ ମୃତ
କାର ଧକ୍କାରେ ଯୁବକ ମୃତ। ସାହାଯ୍ୟ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ।
ରଘୁନାଥପୁର:-୨୩/୭()ରଘୁନାଥପୁର ଥାନା ଅନ୍ତର୍ଗତ କଟକ ପାରାଦୀପ ରାସ୍ତାର ଖଣ୍ଡତରି ଠାରେ ଏକ କାର ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।ସେ ହେଲେ ଉକ୍ତ ଗ୍ରାମର ମୂଷ ରାଉତଙ୍କ ପୁଅ ଗୁରୁ ଚରଣ ରାଉତ ୪୫। ପ୍ରତ୍ୟେକ୍ଷଦର୍ଶିଙ୍କ କହିବା ଅନୁଯାୟୀ ଅପରାହ୍ନ ୨ ଟା ୩୦ ମିନିଟରେ ଗୁରୁଚରଣ ନିଜ ତଳି କିଆରିକୁ ଯାଉଥିବାବେଳେ କଟକ ଆଡୁ ଦୃତଗତିରେ ଆସୁଥିବା ଓଡି୦୨ସିଡି୩୪୯୪ ନଂ କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାର ମାତ୍ରା ଏତେ ଜୋରରେ ଥିଲାଜେ ଗୁରୁଚରଣ ପ୍ରାୟ ୧୦ ଫୁଟ ଉପରକୁ ଉଠି ତଳେ ପଡିଯାଇଥିଲା। ତାଙ୍କ ପଛମୁଣ୍ଡ ଫାଟି ରକ୍ତାତ ହେବାସହ ଦୁଇଗୋଡ ଭାଙ୍ଗି ଯାଇଥିଲା।ତୁରନ୍ତ ତାଙ୍କୁ ରଘୁନାଥପୁର ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।ସେଠାରେ ଡାକ୍ତର ଗୁରୁଚରଣଙ୍କୁ ମୃତ ଘୋଷଣା କରିଥିଲେ।କାରଟି ଗୁରୁଚରଣକୁ ଧକ୍କା ଦେଇ ଭାରସ୍ୟାମ ହରାଇ ନିକଟରେ ଥିବା ଅନ୍ୟ ଏକ କାରରେ ପିଟି ହୋଇଥିଲା।ଫଳରେ ଥିଆହୋଇଥିବା ଉକ୍ତ କାରର ସମ୍ମୁଖ ଭାଗ ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଛି। ଗୁରୁଚରଣଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଗ୍ରାମବାସୀ ସାହାଯ୍ୟ ଦାବିରେ କଟକ ପାରାଦୀପ ରାସ୍ତା ଅବରୋଧ କରିଥିଲେ।ଆଇଆଇସି ସୁଶାନ୍ତ କୁମାର ସେଠି, ଏସଆଇ ଯୋଗେଶ୍ୱର ବେହେରା ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ।ପରେ ରଘୁନାଥପୁର ତହସିଲଦାର , ବିଡିଓ ବିରଞ୍ଚି ନାରାୟଣ ବେହେରା ଓ ଅତିରିକ୍ତ ତହସିଲଦାର ତପନ କୁମାର ପରିଡା ପହଞ୍ଚି ଳୋକଙ୍କୁ ବୁଝାସୁଝା କରି ରେଡକ୍ରସ ପକ୍ଷରୁ ୨୦ ହାଜର ଟଙ୍କା ସାହାଯ୍ୟ ଯୋଗାଇଦେବାର ପ୍ରତିଶ୍ରୁତି ଦେବାପରେ ଉତ୍ୟକ୍ତ ଲୋକେ ଅବରୋଧରୁ ହଟିଥିଲେ।ଏ ସମ୍ପର୍କରେ ମୃତ ଗୁରୁଚରଣଙ୍କ ସ୍ତ୍ରୀ ମୋନାଲିସା ରାଉତ ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ ନଂ ୧୫୯/୨୫ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।ଦୁର୍ଘଟଣା ଘଟାଇଥିବା କାର ଚାଳକ ସୁସଭାନୁ ନାୟକଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି।
