ଭାସ୍କେଲ ଡ୍ୟାମରେ ବୁଡି ଯୁବକ ଙ୍କ ମୃତ୍ୟୁ
ଭାସ୍କେଲ ଡ଼୍ୟାମ ରେ ବୁଢି ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଭାସ୍କେଲ ଡ଼୍ୟାମ ରେ। ମୃତ ଯୁବକ ଜଣକ ହେଲେ ଯାଜପୁର ଜିଲ୍ଲା ଦଶରଥ ପୁର ଗ୍ରାମର ର ହିତେଶ ସାମଲ(22)। ମିଳିଥିବା ସୂଚନା ଅନୁସାରେ ହିତେଶ ସାମଲ, ସନ୍ତୋଷ ସାମଲ(18), ସୁବ୍ରତ ନାୟକ (19) ଓ ସରୋଜ କୁମାର ବେହେରା(20) ଏହି ଚାରି ଜଣ ଉମରକୋଟ ଡିଏନକେ ରେ ଥିବା ସମ୍ପର୍କୀୟ ଘରକୁ ଆସିଥିଲେ। ଏହି ଚାରି ଜଣ ମିଶି ଆଜି ଦିନ ପ୍ରାୟ 12ଘଂଟିକା ସମୟରେ ଭାସ୍କେଲ ଡ଼୍ୟାମ କୁ ବୁଲିବାକୁ ଯାଇଥିଲେ। ହିତେଶ ସାମଲ ଗାଧୋଇବାକୁ ପାଣି ଭିତରକୁ ଓହ୍ଲାଇ ଥିଲେ। ଏହି ସମୟରେ ଅସାବଧାନତା ଯୋଗୁଁ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ।ସେହି ଠାରେ ହିଁ ହିତେଶ ବୁଡିଯାଇଥିଲେ। ସାଙ୍ଗରେ ଯାଇଥିବା ତିନି ଜଣ ଏହା ଦେଖି ସଙ୍ଗେ ସଙ୍ଗେ ପାଣି ଭିତରକୁ ଓହ୍ଲାଇଥିଲେ। ହିତେଶ କୁ ଉଦ୍ଧାର କରିବା ପାଇଁ ଚେଷ୍ଠା କରିଥିଲେ। ହିତେଶ କୁ ବହୁ ଖୋଜାଖୋଜି କରିବା ପରେ ହିତେଶ କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ହିତେଶ କୁ ଉଦ୍ଧାର କରି ପ୍ରଥମେ ପୂଜାରୀ ଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ, ସେତେବେଳକୁ ହିତେଶଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା । ହିତେଶ ଙ୍କ ଶବକୁ ମହାପ୍ରୟାଣ ଗାଡ଼ି ଯୋଗେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ଉମରକୋଟ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ!ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ ଚଳାଇଛନ୍ତି!
