ଭଦ୍ରକ ସ୍ୱୟଂଶାସିତ ବିଦ୍ୟାଳୟରେ ଯୁବ ଉତ୍ସବ ଆୟୋଜିତସାଂସ୍କୃତିକ କାର୍ଯ୍ୟକ୍ରମ

ଭଦ୍ରକ ସ୍ୱୟଂଶାସିତ ବିଦ୍ୟାଳୟରେ ଯୁବ ଉତ୍ସବ ଆୟୋଜିତସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନସୁସ୍ଥ ମାନସିକତା ହିଁ ସଫଳତାର ଚାବିକାଠି – ଜିଲ୍ଲାପାଳଭଦ୍ରକ, ୦୫/୧୨/୨୦୨୫ :“ବିକଶିତ ଭାରତ – ଯୁବ ନେତୃତ୍ୱ ସଙ୍କଳ୍ପ ୨୦୨୬”କୁ ପଥେୟ କରି ଏବଂ “ପ୍ରଗତିର ସାରଥି, ଆମ ଯୁବ ଶକ୍ତି” ସ୍ଲୋଗାନକୁ ଆଧାର କରି କ୍ରୀଡ଼ା ଓ ଯୁବ ସେବା ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ସୌଜନ୍ୟରେ ଜିଲ୍ଲା ପ୍ରଶାସନ ଦ୍ୱାରା ଭଦ୍ରକ ସ୍ୱୟଂଶାସିତ ବିଦ୍ୟାଳୟ ପରିସରରେ ଯୁବ ଉତ୍ସବ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଦ୍ରକ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତରାୟ ଛାତ୍ରଛାତ୍ରୀଙ୍କୁ ଉଦ୍ଦେଶ୍ୟ କରି କହିଥିଲେ ଯେ, ସଫଳତା ପାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ମାନସିକ ଭାବେ ସୁଦୃଢ଼ ହୋଇ ରହିବା ଆବଶ୍ୟକ। ସୁସ୍ଥ ମନୋଭାବ ଓ ମାନସିକ ସ୍ଥିରତା ଥିଲେ ବିଫଳତାରୁ ଶିଖି ସଫଳତାର ସ୍ୱାଦ ନିଶ୍ଚୟ ଚାଖିପାରିବ।ସକାଳ ୧୦ଟା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରବିନାରାୟଣ ସାହୁ ଦୀପ ପ୍ରଜ୍ଜ୍ୱଳନ କରି ଯୁବ ଉତ୍ସବର ଉଦ୍‌ଘାଟନ କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚିତ୍ରାଙ୍କନ, ବିଜ୍ଞାନମେଳା, ବକ୍ତୃତା, ଲୋକନୃତ୍ୟ ଓ ଲୋକସଙ୍ଗୀତ ଭଳି ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ବହୁମାତ୍ରରେ ଭାଗ ନେଇ ନିଜ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରିଥିଲେ।

ଏକ ଦିବସୀୟ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଉପଜିଲ୍ଲାପାଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, କ୍ରୀଡା ଅଧିକାରୀ ଅନୁପ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍ଖା, ଏନ୍‌ଏସ୍‌ଏସ୍‌ ପିଓ ଡ଼ଃ ସୁଦର୍ଶନ ଦାସ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ପିଢି ପାଇଁ ଆଦର୍ଶ ହେବାକୁ ପ୍ରେରଣା ଦେଇଥିଲେ।ଉଦ୍‌ଯାପନୀ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କ୍ରୀଡା ବିଭାଗ ଦ୍ୱାରା ଆୟୋଜିତ ଏହି ଯୁବ ଉତ୍ସବ ନିଶ୍ଚୟ ଭାବେ ପ୍ରେରଣା ଯୋଗାଇବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବ ଏଥିରେ ଦ୍ବିମତ ନାଂହି।

Leave a Reply

Your email address will not be published. Required fields are marked *