ଯାତ୍ରା ମଞ୍ଚରେ ସମ୍ବର୍ଦ୍ଧିତ ହେଲେ ଯୁବ ସାମ୍ବାଦିକ

ଯାତ୍ରା ମଞ୍ଚରେ ସମ୍ବର୍ଦ୍ଧିତ ହେଲେ ଯୁବ ସାମ୍ବାଦିକ ।

ଗଣିଆ – ଗଣିଆ କିଶୋର ପ୍ରସାଦ ଠାରେ ଚାରିଦିନ ଧରି ଚାଲିଥିବା କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା ଅବସରରେ ବୁଧବାର ସମ୍ବର୍ଦ୍ଧିତ ହୋଇଛନ୍ତି ଗଣିଆର ଯୁବ ସାମ୍ବାଦିକ ଜ୍ଞାନୀ ପ୍ରକାଶ ସେନାପତି । ସେ ଦୈନିକ ଖବରକାଗଜ ତୀର୍ଥକ୍ଷେତ୍ର ଗଣିଆ ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି । କାର୍ତ୍ତିକ ପୂର୍ଣ୍ଣିମା ମଞ୍ଚରେ ତାଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ସଭାରେ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା,ଗ୍ରାମ ସଭାପତି ସନାତନ ପୃଷ୍ଟି,ଉପ ସଭାପତି ପ୍ରମୋଦ କୁମାର ପୃଷ୍ଟି, ସମ୍ପାଦକ ମନୋରଞ୍ଜନ ବେହେରା, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ନାଟ୍ୟ ପରିଚାଳନା କମିଟିର ମ୍ୟାନେଜର ଗୋଲେଖ ପ୍ରଧାନ, ଉପଦେଷ୍ଟା ବିଜୟ କୁମାର ପୃଷ୍ଟି, ନାଟ୍ୟ ନିର୍ଦ୍ଦେଶକ ଲକ୍ଷ୍ମଣ ବେହେରା,ସହ ନିର୍ଦେଶକ କୁମାର ସିଲୁ ଏବଂ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ନାଟ୍ୟ ପରିଚାଳନା କମିଟିର ସମ୍ପାଦକ ଅଖିଳ କୁମାର ପୃଷ୍ଟି ସାମ୍ବାଦିକ ଶ୍ରୀ ସେନାପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଯୁବ ସାମ୍ବାଦିକ ଭାବେ ବେଶ୍ ଜଣାଶୁଣା ଶ୍ରୀ ସେନାପତି ଗଣିଆରେ ଥିବା ପଞ୍ଜିକୃତ ଗଣମାଧ୍ୟମ ସଂସ୍ଥା ଗଣିଆ ପ୍ରେସ କ୍ଳବର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ପ୍ରେସ କ୍ଳବ୍ ସଭାପତି ଦେବୀ ପ୍ରସାଦ ଦାଶ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *