ତରଭା କଲେଜରେ ଯୁବ ସମ୍ବାଦ କାର୍ଯ୍ୟକ୍ରମ

ତରଭା କଲେଜରେ ଯୁବ ସମ୍ବାଦ କାର୍ଯ୍ୟକ୍ରମତରଭା,ତା ୨୧/୦୩ : ସ୍ଥାନୀୟ ଏ. ଇ. ଏସ୍. ମହାବିଦ୍ୟାଳୟରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଲୟଙ୍କ ଅନୁମୋଦିତ ଆଞ୍ଚଳିକ ନିର୍ଦ୍ଦେଶାଳୟ ଏନ୍. ଏସ୍. ଏସ୍. ଭୁବନେଶ୍ୱର ଦ୍ବାରା ଯୁବ ସମ୍ବାଦ କାର୍ଯ୍ୟକ୍ରମ ବିକଶିତ ଭାରତ ପ୍ରଵେଶ ପଥ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତ ୨୦୪୭ ଅନୁଚିନ୍ତା ଉପରେ ୧୫୦ ଜଣ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ଶ୍ରୀମତି ବିନତୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ଏନ୍. ଏସ୍. ଏସ୍. ପୋଗ୍ରାମ ଅଫିସର୍ ଶ୍ରୀ ମନୋରଞ୍ଜନ ଭୋଇଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ସୋନପୁର/ବୌଦ୍ଧ ଜିଲ୍ଳା NSS DPO ଡ଼ ମନୋରଞ୍ଜନ ଧଡ଼େଇ ଏବଂ ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା NSS DPO ଡ଼ ଅଜିତ କୁମାର ଭୋଇ ଯୋଗ ଦେଇଥିଲେ ଏବଂ ସଭାର ମଞ୍ଚପରିଚାଳନା କରିଥିଲେ ଡ଼ ସରୋଜିନୀ ପଧାନ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ଅଧ୍ୟାପିକା ମୋନାଲିସା ପଧାନ,ଅଧ୍ୟାପକ ବିଭୀଷଣ ପଧାନ, ସୁନୀତା ପଧାନ, ସୌମ୍ୟା ମିଶ୍ର ଓ ଡ଼ ପ୍ରଶାନ୍ତ ନାହାକ ତଥା ଅନ୍ୟାନ୍ୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ। ଏବଂ ଶେଷରେ ସ୍ଵେଚ୍ଛାସେବୀମାନେ ନିଜର ଅନୁଭୂତି ବ୍ୟକ୍ତ କରିବା ସହିତ ଦେଶକୁ ବିକଶିତ ରାଷ୍ଟ୍ର ରୂପେ ଗଢିତୋଳିବା ପାଇଁ ଶପଥ ପାଠ କରିଥିଲେ। ସଭାର ଅନ୍ତିମ ପର୍ଯ୍ୟାୟରେ ସ୍ୱେଚ୍ଛାସେବୀ ପ୍ରମୋଦ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *