ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ତାଲିମ ଶିବିର ଉଦଘାଟିତ
ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ତାଲିମ ଶିବିର ଉଦଘାଟିତ
ଗଞ୍ଜାମ ବୁଗୁଡ଼ା:୨୯/୦୧/୨୫: ସ୍ଥାନୀୟ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ତାଲିମ ଶିବିର ଉଦଘାଟିତ ହୋଇଅଛି। ଉଦଘାଟନୀ ଉତ୍ସବରେ ଉଭୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଆୟୋଜିତ ହୋଇଥିବା ସଭାକାର୍ଯ୍ୟକ୍ରମ ରେ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପୀନାଥ ମହାନ୍ତି ସଭାପତିତ୍ବ କରିଥିଲାବେଳେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜକାନ୍ତ ଦାସ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଯୁବ ରେଡକ୍ରସ୍ ଶାଖା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଶୁ ଚିକିତ୍ସା ତାଲିମ୍ ଶିବିର, ସଡ଼କ ସୁରକ୍ଷା ପରିବାର ରକ୍ଷା ସମ୍ବନ୍ଧିତ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାର ଯୁବ ରେଡକ୍ରସ୍ ଉପଦେଷ୍ଟା ବି. ଗୋବିନ୍ଦ ରାଓ ଏବଂ ଭଂଜନଗର ପରିବହନ ଅଧିକାରୀ ଶ୍ରୀମତୀ ଶର୍ମିଲା ମହାରଣା ଯୋଗଦେଇ ରେଡକ୍ରସ୍ରର ଯୁବ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ମାନଙ୍କୁ

ଉଦବୋଧନ ଦେଇଥିଲେ। ରେଡକ୍ରସ୍ ର ଉପଦେଷ୍ଟା ଗୋବିନ୍ଦ ରାଓ ଆଶୁ ଚିକିତ୍ସାର ବିଭିନ୍ନ ଉପାୟ ସ୍ବେଛାସେବୀ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ନାତକ ମହାବିଦ୍ୟାଳୟର ରେଡକ୍ରସ୍ ସଂଯୋଜିକା ତଥା ଇଂରାଜୀ ଅଧ୍ୟାପିକା ମିନତୀ ଆଚାରୀ, ଉଚ୍ଚମାଧ୍ୟମିକ ବିଦ୍ୟାଳୟର ରେଡକ୍ରସ୍ ସଂଯୋଜିକା ଉଦ୍ଭିଦ ବିଜ୍ଞାନ ପ୍ରାଧ୍ୟାପିକା ସ୍ମିତା ରାଣୀ ସାହୁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡା, କୈଳାସ ଚନ୍ଦ୍ର ସେନାପତି, ଡଃ ଏ ଜିତେଶ ରାଓ ଦୋରା,ଡଃ ଶିଶିର କୁମାର ନାୟକ, ଅଧ୍ୟାପକ ପ୍ରେମାନନ୍ଦ ପ୍ରଧାନ,ସଂଯୟ କୁମାର ବିଷୋୟୀ, କାହ୍ନୁଚରଣ ଦାସ, ଅଧ୍ୟାପିକା କାବେରୀ ବିଷୋୟୀ, ଯଶଶ୍ବିନୀ ଗୈ।ଡ, ଭକ୍ତଲତା ମହାପାତ୍ର,ସଲିଳା ନାୟକ, ଲକ୍ଷ୍ମୀପ୍ରିୟା ମହାରଣା, ଭାବଗ୍ରାହୀ ମହାପାତ୍ର, ଜ୍ଞାନ ଚାନ୍ଦ ଗୈ।ଡ,, ରଶ୍ମୀ ରଞ୍ଜନ ତ୍ରିପାଠୀ, ପ୍ରଦ୍ୟୁମ୍ନ କୁମାର ପାଢ଼ୀ ପ୍ରଭୃତି ଯୋଗଦେଇ ତାଲିମ ଶିବିରକୁ ପରିଚାଳନା କରିଥିଲେ। ଶେଷରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ରେଡକ୍ରସ୍ ଯୁଗ୍ମ ସଂଯୋଜକ ଅଧ୍ୟାପକ ଭାବଗ୍ରାହୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ପରିବହନ ଅଧିକାରୀ ଶ୍ରୀମତୀ ମହାରଣାଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ରାଲି ବାହାରି ସହର ପରିକ୍ରମା କରିଥିଲା। ଗଞ୍ଜାମ ଜିଲ୍ଲା ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ
