ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା

ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା

ଗିରଫ ଦାବିରେ ଏସ୍‌ପିଙ୍କୁ ସ୍ମାରକପତ୍ର ।

କନ୍ଧମାଳ ତା୨୪/୦୭/୨୦୨୫ ଫିରିଙ୍ଗିଆ ଗୋଛାପଡା ଥାନା ସଲାଗୁଡ଼ା ପଞ୍ଚାୟତ ନେଡ଼ିପଦର ଗ୍ରାମର ତପନ ରଣାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ହତ୍ୟାକାରୀଙ୍କୁ ତୁରମ୍ଭଗିରଫ ଦାବିରେ ଆଜି ଶତାଧିକ ଗ୍ରାମବାସୀ ଫୁଲବାଣୀରେ ଏସ୍‌ପି ହରିଶ ବିସିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ତପନ ଗତ ୪ ତାରିଖରେ ବାଇକ୍ ନେଇ କଟ୍ରିଙ୍ଗିଆ ଯାଉଛି କହି ଘରୁ ବାହାରି ଆଉ ଫେରି ନ ଥିଲେ। ୬ ତାରିଖରୁ ଆଉ ତାଙ୍କ ସହ ଯୋଗାଯୋଗ ହୋଇ ପାରି ନାହିଁ। କିଛି ସାଙ୍ଗ ଗୁଦାରୀ ନିକଟରେ ତପନଙ୍କ ଦୁର୍ଘଟଣା ହୋଇଥିବା ନେଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ମାତ୍ର ସେଠାରେ ମିଳିନଥିଲା। ୧୦ ତାରିଖରେ ଖଜୁରୀପଡ଼ା ଥାନା ଗୁଦାରୀ ନିକଟ ଭାଲୁକୁଟି ଜଙ୍ଗଲରୁ ତାଙ୍କ ମୃତଦେହ

ମିଳିଥିଲା । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ କରିଥିଲା I ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ସାଇନପଦର, ଲୁ ହୁରବାଲି ଗ୍ରାମର କିଛି ପିଲାଙ୍କ ଏଥିରେ ସମ୍ପୃକ୍ତି ଥିବା ଏବଂ ଫୁଲବାଣୀ କେନ୍ଦୁପଦରର

କିଛି ଯୁବକ ସହଯୋଗ କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବୁଧବାର ସଲାଗୁଡ଼ା ପଞ୍ଚାୟବାସୀଙ୍କ ସମେତ ପୂର୍ବତନ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର

ଦାବି କରିଛନ୍ତି। ଏ ନେଇ ଦାବିପତ୍ର କନ୍ଧମାଳ ଏସ୍‌ପିଙ୍କୁ ପ୍ରଦାନ କରାଯାଇଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନା ଥାଉକି, ତାଙ୍କ ଭାଇଙ୍କ କହିବା କଥା ଗତ ୧୦ ତାରିଖରେ ତପନଙ୍କ ମୃତଦେହ ଗୁ ଦାରୀ ଗ୍ରାମ ଭାଲୁ ଗୁଟି ଜଙ୍ଗଲରେ ପଡ଼ିଥିଲା। ସେଠାକୁ ଯାଇ ଦେଖୁଲା ବେଳକୁ ତାଙ୍କୁ ମାଡ଼ ମରାଯାଇ ବିଷ ପିଆଇ ଦିଆଯାଇଥିବା ସନ୍ଦେହ ହେଉଛି। ଶରୀରରେ କ୍ଷତ ଚିହ୍ନ ବି ଥିଲା। ଏନେଇ ହତ୍ୟା କରାଯାଇଥିବା ତପନଙ୍କ ଭାଇ ବିଦ୍ୟାଧର ରଣା ପ୍ରକାଶ କରିଛନ୍ତି । ସେହିପରି ଫୁଲବାଣୀ ପୂର୍ବତନ ବିଧାୟକ ଅଙ୍ଗଦ କହଁର ତପନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *