ଯୁବ‌ ଶକ୍ତି ହିଁ ରାଷ୍ଟ୍ର ଶକ୍ତି ସ୍ବାମୀଅରୂପାନନ୍ଦ କଲେଜ ରେ ରାଷ୍ଟ୍ରୀୟ ଯୁବ ସପ୍ତାହ ପାଳନ।

ରଘୁନାଥପୁର ତା ୧୫/୧:-ରଘୁନାଥ ପୁର ବ୍ଲକ କୁର୍ତ୍ତାଙ୍ଗ ସ୍ବାମୀ ଅରୁପାନ୍ଦନନ୍ଦ କଲେଜ ପରିଷରରେ ରାଷ୍ଟ୍ରୀୟ ଯୁବ ସପ୍ତାହ ଅବସରରେ କଲେଜ ଅଧ୍ୟକ୍ଷ ମୋହନ ଚରଣ ରାଉତରାୟ ଙ୍କ ସଭାପତିତ୍ବ ରେ କଲେଜର ‌ରେଡକ୍ରସ ତରଫରୁ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ଦୁଇ ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁକାନ୍ତ କୁମାର ମହାନ୍ତି ଓ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ ନିଜ ଅଭିଭାଷଣ ମାଧ୍ୟମରେ ରାଷ୍ଟ୍ରୀୟ ଯୁବ ଦିବସର ତାତ୍ପର୍ଯ୍ୟ ଓ ଆଜିର ‌ଯୁବ ପୀଢ଼ି ଙ୍କ ‌ଭୂମିକା‌ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ ‌କରାଇଥିଲେ।କ୍ରୀଡା ଶିକ୍ଷକ ତ୍ରିଲୋଚନ ମହାପାତ୍ର ନିଜ ବକ୍ତବ୍ୟରେ ବିବେକାନନ୍ଦ ଙ୍କ ‌ମହତ ବାଣୀ ଓ ଚିକାଗୋ ସମ୍ମୀଳନୀ ଉପରେ ପିଲା ମାନଙ୍କୁ ଜଣାଇଥିଲେ।ଅଧ୍ୟାପିକା କୁମୁଦିନୀ ଦ୍ଵିବେଦୀ ଓ ଅଧ୍ୟାପକ ଅଭୟ ମହାରଣା ସେମାନଙ୍କ ବକ୍ତବ୍ୟରେ ବିବେକାନୁମୋଦିତ କର୍ମ କରି‌ ଯୁବ ଶକ୍ତି ନିଜ ସାହାସ ଓ ଶକ୍ତି ବଳରେ ଅସାଧ୍ୟ କାର୍ଯ୍ୟ ସାଧନ କରିବାକୁ ‌ଆହ୍ବାନ ଦେଇଥିଲେ।ଏହି ସଭାରେ ଅଧ୍ୟାପକ ପ୍ରଶାନ୍ତ ବେହେରା, ଅଜିତ୍ ଭୂୟାଁ, ଜ୍ଞାନେନ୍ଦ୍ର ବିଶ୍ଵାଳ, ରବିନ୍ଦ୍ର ଓଝା,ଲତିଫ ମହମ୍ମଦ ଓ ଅଧ୍ୟାପିକା ବାସନ୍ତୀ ଲତା ସାହୁ,ପୁଷ୍ପ ଲତା ଦାସ,ଗ୍ରନ୍ଥାଗାର ବିଭୂତି ମହାପାତ୍ର, କିରାଣୀ ମିଟୁରାଉତ ଙ୍କ ସମେତ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।କଲେଜର ରେଡକ୍ରସ କାଉନସିଲର ଅଧ୍ୟାପିକା ‌ପ୍ରତିଭା‌ ରାଣୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ଅଧ୍ୟକ୍ଷ ଶ୍ରୀ ରାଉତରାୟ ନିଜବକ୍ତବ୍ୟର କହିଥିଲେ ଯୁବଶକ୍ତି ହିଁ ରାଷ୍ଟ୍ରଶକ୍ତି ଛାତ୍ରଛାତ୍ରୀ ମାନଙ୍କୁ ବିବେକାନନ୍ଦ ଙ୍କ ଆଚରଣରୁ ବିନମ୍ରତା ଶୃଙ୍ଖଳା ଓ‌ ‌ସମାଜ ସେବା ଓ ଦେଶଭକ୍ତି ଭଳି ସୁଗୁଣ ରେ ଅନୁପ୍ରାଣିତ ହେବାକୁ ଉପଦେଶ ଦେଇ ଥିଲେ।

Leave a Reply

Your email address will not be published. Required fields are marked *