ଫୁଲବାଣୀ ରେ ଜିରୋ ଆୱାର ସେଲିବ୍ରେସନ -୨୦୨୬ ଅନୁଷ୍ଠିତ

ଫୁଲବାଣୀ, ୨।୧ : ଫୁଲବାଣୀ ସ୍ଥିତ ଗାନ୍ଧୀସ୍ମୃତି ଭବନ ଠାରେ ନିୟୁ ଇଅର ସେଲିବ୍ରେସନ କମିଟି- ୨୦୨୬ ପକ୍ଷରୁ ବୁଧ ବାର ରାତିରେ ପ୍ରଥମ ଥର ପାଇଁ ପୁରୁଣା ବର୍ଷ ୨୦୨୫ କୁ ବିଦାୟ ଦେବା ସହ ନୂତନ ବର୍ଷ ୨୦୨୬ କୁ ସ୍ବାଗତ କରିବା ପାଇଁ ଏକ ନିଆରା ଢଙ୍ଗର କାର୍ଯକ୍ରମ ର ଆୟୋଜନ କରlଯାଇଥିଲା lଏହି ଅବସରରେ ସେଲୀ ବ୍ରେସନ୍ କମିଟି-୨୦୨୬ ପକ୍ଷରୁ ଆୟୋଜିତ ରଙ୍ଗlରଙ୍ଗ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ କନ୍ଧମାଳ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରବୀଣ କୁମାର ବାଣୁଆ ଯୋଗ ଦେଇ ଥିବା ବେଳେ, କାର୍ଯ୍ୟକ୍ରମର ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ. ସୋନ୍ତଷ କୁମାର ପାଢ଼ୀ, ଫୁଲବାଣୀ ପି ଏ ଆଇଟିଡିଏ ଶ୍ରୀ ଗଦାଧର ପାତ୍ର,ଫୁଲବାଣୀ ଆଦର୍ଶ ଥାନା ଅଧିକାରୀ ପି ସ୍ଵରୂପ କିସାନ ଓର୍ମାସର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଗୁଣ୍ଡିଚା ବେହେରା, ବିଜେପି ନେତା ତଥା ବରିଷ୍ଠ ଆଇନଜୀବି ଭଗବାନ୍ ମହାନ୍ତି ପ୍ରମୁଖ ଯୋଗ ଦେଇ ଉପସ୍ଥିତ ବୁଦ୍ଧିଜୀବୀ, ମହିଳା, ଛାତ୍ର ଛାତ୍ରୀ,ସ୍ଥାନୀୟ ଜନ ସଧାରଣ ଙ୍କୁ ନବ ବର୍ଷ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ନବ ବର୍ଷ ହସ ଖୁସି ରେ ଶାନ୍ତି ଶୃଙ୍ଖଳା ର ସହ କଟୁ ବୋଲି ପ୍ରାର୍ଥନା କରିଥିଲେ l ସେଲିବ୍ରେସନ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ , କାର୍ଯ୍ୟ କାରୀ ଅଧ୍ୟକ୍ଷ ତଥା ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ , ଉପାଧ୍ୟକ୍ଷ ସୂଜିତ ବେହେରା ଓ ପ୍ରଶାନ୍ତ କୁମାର ବେହେରା, ଅଶୋକ ପ୍ରଧାନ, ସଙ୍ଗଠନ ସମ୍ପାଦକ ମହମ୍ମଦ ଚିସ୍ତି, ପ୍ରସନ୍ନ ସ୍ବାଇଁ ସହ ସମ୍ପାଦକ,ସଂସ୍କୃତିକସମ୍ପାଦକ ଅଶୋକ ମହାନ୍ତି,ସାଂସ୍କୃତିକ ସହ ସମ୍ପାଦିକା ସୁଶ୍ରୀ ମୁଷ୍କlନ୍ ସୁଆର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ l

ସାଂସ୍କୃତିକ ସମ୍ପାଦକ ତଥା ସାମ୍ବାଦିକ ଅଶୋକ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ l ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସମସ୍ତ ଅତିଥିଙ୍କୁ ଉପଢ଼ୌକନ, ପୁଷ୍ପ ଗୁଚ୍ଛ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା lଏଥି ସହିତ ଫୁଲବାଣୀ ର ବଛାବଛା କଳାକାର ଙ୍କୁ ନେଇ ସଂଗୀତ, ନୃତ୍ୟ, ପରିବେଷଣ, କବିତା ପାଠ, କୁଇଜ୍ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା l ଦର୍ଶକ ଏହାର ଭରପୁର ମଜା ଉଠାଇଥିଲେ lଜିରୋ ଅୱାର ରେ ବlଣ ଫୁଟାଇ ବା ସହ ସମସ୍ତେ ସମସ୍ତଙ୍କୁ ନବ ବର୍ଷ ଅଭିନନ୍ଦନ ଜଣାଇ ଶୁଭ ମନାସି ଥିଲେ l ଦୁଇଶହ ରୁ ଉର୍ଦ୍ଧ ପୁରୁଷ ମହିଳା, ସାହିତ୍ୟିକ କବି, ସାମ୍ବାଦିକ, ଆଇନଜୀବି,ବ୍ୟବସାୟୀ, ରୋଟାରୀ ସଦସ୍ୟ ପ୍ରାମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *