ଜୋନ ସ୍ତରୀୟ କବାଡି, ଖୋ ଖୋ,ଫୁଟବଲ ଚୟନ ଶିବିର ଅନୁଷ୍ଠିତ

ଆଠମଲ୍ଲିକ , ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ରାମଦେଓ ବିଦ୍ୟାଳୟ କିଶୋରଗଞ୍ଜ ଠାରେ ଜୋନ ସ୍ତରୀୟ ୧୭ ବର୍ଷ ରୁ ଓ ୧୪ ବର୍ଷରୁ କମ ବାଳିକା ଓ ବାଳକ ବିଭାଗରୁ ଶିବିର କବାଡି,ଖୋ ଖୋ, ଓ ଫୁଟବଲ ଖେଳ ଚୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଣ୍ଟେଇକୁଳିଆ ଗ୍ରାମ ପଞ୍ଚାୟତ ର ସରପଞ୍ଚ ନୟନି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚୟନ ଶିବିର କୁ ଉଦଘାଟନ କରିଥିଲେ। ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷିତିଯା ରଞ୍ଜନ ଦେହୁରୀ, କିଶୋରନଗର ବ୍ଲକ କ୍ରୀଡା କମିଟିର ପଯ୍ୟାବେକ୍ଷକ ମା ହିଙ୍ଗୁଳାଇ ଉଚ୍ଚ ବିଦ୍ୟାଳୟ ଅରୁଣ କୁମାର ସାହୁ,କିଶୋରନଗର ବ୍ଲକ କ୍ରୀଡ଼ା କମିଟି ର ସମ୍ପାଦକ ରାମଦେଓ ଉଚ୍ଚ ବିଦ୍ୟାଳୟ କିଶୋରଗଞ୍ଜ ଖେଳ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ଵନାଥ ଦେହୁରୀ, ଏବଂ କିଶୋରଗଞ୍ଜ ଜୋନର ସଂପାଦକ ମା ମାହେଶ୍ୱରୀ ଉଚ୍ଚ ବିଦ୍ୟାଳୟ

ବଇଣ୍ଡା ଖେଳ ଶିକ୍ଷକ ପ୍ରଦୀପ କୁମାର ପ୍ରଧାନ, ଅତିଥି ଭାବେ ଯୋଗଦେଇ ଥିଲେ ଏହି ଚୟନ ଶିବିର ରେ ସମୁଦାୟ ୨୪୯ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ । ଖେଳ କୁ ଖେଳ ଶିକ୍ଷକ ସତ୍ୟଭାମା ପ୍ରଧାନ, ବରୁଣ କୁମାର ଦେହୁରୀ, ସନ୍ତୋଷ କୁମାର ପ୍ରଧାନ, ଅଶୋକ କୁମାର ସାହୁ, ସୁଜାତା ପ୍ରଧାନ ଖେଳ ପରିଚାଳନା କରିଥିଲେ । ଖେଳ କୁ ଶାନ୍ତି ଶୃଙ୍ଖଳା ର ସହିତ ସମାପନ କରାଯାଇ ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ୱାରା କ୍ରୀଡା ପତାକାକୁ ଅବତରଣ କରାଯାଇ ଚୟନ ଶିବିର କୁ ସମାପ୍ତ କରା ଯାଇଥିଲା

Leave a Reply

Your email address will not be published. Required fields are marked *