ଜୋନାଲ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ଅନୁଷ୍ଠିତ ।
ନବରଙ୍ଗପୁର ୩୧/୧୦/୨୦୨୫ ସ୍ଥାନୀୟ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ଠାରେ ଜୋନାଲ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଏହି ପ୍ରତିଯୋଗିତା ରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁର ଦଳ ଭାଗନେଇଥିଲେ।ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରକାଶ ମହାଳିକ ଜୀବନର ପ୍ରତି କ୍ଷେତ୍ର ରେ ବିଜ୍ଞାନ ର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ ଓ ବିଜ୍ଞାନ ହିଁ ସବୁ ସମସ୍ୟାର ସମାଧାନ ବାହାର କରିବ । କାର୍ଯ୍ୟକ୍ରମରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୋରାପୁଟ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମୋନୋନିତ ହୋଇଅଛି ଓ ଲଙ୍କେଶ୍ଵରୀ ଉଚ୍ଚ ବିଦ୍ୟାଳୟ ଜୁନାଗଡ଼ ଦ୍ଵିତୀୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପାପଡାହାଣ୍ଡି ତୃତୀୟ ସ୍ଥାନ ଅଧିକାର କରିଥିଲେ। ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ କୁ ଜୁରି ପୁରସ୍କାର ପ୍ରଦାନ କରାଯାଇଥିଲା। ସଙ୍ଗୀତI ସାହୁ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୋରାପୁଟ ଶ୍ରେଷ୍ଠ ନିର୍ଦ୍ଦେଶକ, କୈଳାସ ହରିଜନ ଶ୍ରେଷ୍ଠ ଅଭିନେତା, ସମ୍ପୂର୍ଣ୍ଣ। ପ୍ରଧାନ, ଶ୍ରେଷ୍ଠ ଅଭିନେତ୍ରୀ ରୂପେ ପୁରସ୍କୃତ ହୋଇଛନ୍ତି। ପୁରସ୍କାର ବିତରଣ ଉତ୍ସଵ ରେ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜ ପ୍ରତି ବିଜ୍ଞାନ ର ଅବଦାନ ଓ ଡ୍ରାମା ମାଧ୍ୟମରେ ସମାଜ ରେ କିପରି ଅନ୍ଧବିଶ୍ୱାସ ଦୂର କରିପାରିବା ସେ ଦିଗରେ ପ୍ରୟାସ କରିବାକୁ ଆହ୍ବାନ ଦେଇଥିଲେ। ସମ୍ମାନୀତ ଅତିଥି ଓ ବିଚାରକ ଭାବେ ଦେବଦାସ ମହIଙ୍କୁଡ ଓ ଫାଲଗୁନୀ ପାତ୍ର ଯୋଗଦେଇଥିଲେ।ଜିଲ୍ଲା ବିଜ୍ଞାନ ପରିଦର୍ଶକ ଚିତ୍ତ ରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶିବପ୍ରସାଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ବଦ୍ରିନାରାୟଣ ବିଶ୍ଵାଳ, ଜ୍ୟୋତି ରଞ୍ଜନ ନାୟକ, ଶିଳ୍ପୀ ପଟ୍ଟନାୟକ, ସଂଘମିତ୍ରା ଦାସ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
