+2 ବିଜ୍ଞାନ ଓ ବାଣିଜ୍ୟ ବୋର୍ଡ ପରୀକ୍ଷାରେ ନିଳକଣ୍ଟ ନଗର ସରସ୍ବତୀ ବିଦ୍ୟାମନ୍ଦିରରେ ୧୦୦% ଫଳାଫଳ

+2 ବିଜ୍ଞାନ ଓ ବାଣିଜ୍ୟ ବୋର୍ଡ ପରୀକ୍ଷାରେ ନିଳକଣ୍ଟ ନଗର ସରସ୍ବତୀ ବିଦ୍ୟାମନ୍ଦିରରେ ୧୦୦% ଫଳାଫଳ ସହ ୯୦%ଉର୍ଦ୍ଧ ବିଜ୍ଞାନରେ ୨୦୪ଓ ବାଣିଜ୍ୟ ରେ ୪୧ବ୍ରହ୍ମପୁର :ଗଞ୍ଜାମ (ଶ୍ରୀକାନ୍ତ କୁମାର ବେହେରା) ଚଳିତବର୍ଷ CHSE ବୋର୍ଡ ଦ୍ୱାରା ପ୍ରକାଶିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳାଫଳରେ ନିଳ କଣ୍ଟନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରଛାତ୍ରୀ ମାନେ ରାଜ୍ୟସ୍ତରରେ ରେକର୍ଡ ସଫଳତା ହାସଲ କରିଛନ୍ତି l +୨ବିଜ୍ଞାନ ବିଭାଗରେ କ୍ରମାଗତ ଭାବେ ୧୮ ବର୍ଷ ଏବଂ ±୨ ବାଣିଜ୍ୟ ବିଭାଗରେ କ୍ରମାଗତ ଭାବେ ୧୫ ବର୍ଷ ଧରୀ ୧୦୦ % ଫଳାଫଳ ରଖିଥିବା ଏହି ଉଚ୍ଚ ମାଧ୍ୟ ମିକ ବିଦ୍ୟାଳୟ ଚଳିତ ବର୍ଷ ମଧ୍ୟ ୧୦୦% ଫଳାଫଳ ସହ +୨ ବିଜ୍ଞାନ ବିଭାଗରେ ମୋଟ ୫୭୧ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ୯୦% ରୁ ଉର୍ଦ୍ଧ୍ୱରେ ୨୦୪ ଜଣ ୬୦% ରୁ ଉର୍ଦ୍ଧ୍ୱରେ ୫୬୪ ଜଣ ଉର୍ତ୍ତୀର୍ଣ୍ଣ ହୋଇ ରାଜ୍ୟରେ ଏକ ବିରଳ ରେକର୍ଡ ସୃ ଷ୍ଟି କରିଛନ୍ତି l ବିଦ୍ୟାଳୟ ର ପ୍ରଥମ ୫ଜଣଙ୍କ ମଧ୍ୟରେ ପ୍ରଥମ ସ୍ଥାନାରେ ଶାନ୍ତୁ ନୁ କୁମାର ସାହୁ ମୋଟ ୫୯୩ ମାର୍କ (୯୮. ୮୩ %) ଦ୍ୱତୀୟ ସ୍ଥାନରେ ଅନିମେଶ ପାତ୍ର ମୋଟ ୫୯୨ ମାର୍କ ( ୯୮.୬୭% )ତୁତୀୟ ସ୍ଥାନରେ ଅପର୍ଣ୍ଣା ଆଚାର୍ଯ୍ୟ ମୋଟ ୫୯୧ ମାର୍କ ( ୯୮. ୫୦ %) ଚତୂର୍ଥ ସ୍ଥାନରେ ପି. ସୃତିମୟୀ ପାତ୍ର ମୋଟ ୫୯୦ ମାର୍କ (୯୮. ୮୩% ) ପଞ୍ଚମ ସ୍ଥାନରେ ଚେତନା କିରଣ ଦାସ ଓ ଏସ୍ ନିହାର ରଞ୍ଜନ ପାତ୍ର ମୋଟ ୫୮୭ମାର୍କ )୯୮.୮୩% ) ସେହିପରି +୨ ବାଣିଜ୍ୟ ବିଭାଗର ଦେଇଥିବା ମୋଟ ୧୭୫ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୯୦% ରୁ ଉର୍ଦ୍ଧ୍ୱରେ ୪୧ ଜଣ ଏବଂ ୬୦% ଉର୍ଦ୍ଧ ୧୫୭ ଜଣ ଉର୍ତ୍ତୀର୍ଣ୍ଣ ହୋଇ ରାଜ୍ୟରେ ରେକର୍ଡ ସୃଷ୍ଟି କରିଛନ୍ତି l ପ୍ରଥମ ୫ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ କେ. ହଂସିକା ପାତ୍ର ମୋଟ ୫୯୨ ( ୯୮. ୬୭% ) ଦ୍ୱତୀୟ ସ୍ଥାନରେ ଇଶାନ କାର୍ତ୍ତିକ ସୁବୁଦ୍ଧି ମୋଟ ୫୯୦ ( ୯୮. ୩୩% ) ତୁତୀୟ ସ୍ଥାନରେ ପ୍ରତୀକ୍ଷା ପଟ୍ଟନାୟକ ମୋଟ ୫୮୩ ( ୯୭. ୧୭% ) ଚତୁର୍ଥ ସ୍ଥାନରେଶ୍ୱେତା ସ୍ଵିଗ୍ଧା ସାହୁ ମୋଟ ୫୮୨ ( ୯୭% ) ଏବଂ ପଞ୍ଚମ ସ୍ଥାନରେ ତ୍ରିସ୍ବା ପ୍ରହରାଜ ମୋଟ ୫୮୧ (୯୬. ୮୩% ) ମାର୍କ ରଖି ବିଦ୍ୟାଳୟର ପୂର୍ଵ ଗୌରବକୁ ବଜାୟ ରଖିଛନ୍ତି l ଛାତ୍ରଛାତ୍ରୀଙ୍କ ଏହି ରାଜ୍ୟସ୍ତରୀୟ ସଫଳତାରେ ପରିଚାଳନା ସମିତିର ସମସ୍ତ ସଦସ୍ୟ ତଥା + ୨ ବିଭାଗର ଅଧ୍ୟକ୍ଷ ଶ୍ରୀ ଏସ୍ ମୋହନ ରାଓ ଶୌକ୍ଷିକ ପ୍ରଶାସନ ଶ୍ରୀମାନ୍ ଉମାଧବ ମହାନ୍ତି + ୩ ଅଧକ୍ଷ ଡ଼ ସୁବ୍ରତ ପାଣିଗ୍ରାହୀ ଶିଶୁମନ୍ଦିର ପ୍ରଧାନଚାର୍ଯ୍ୟ ଶ୍ରୀ ଅନିଲ କୁମାର ଦାଶ ଶିଶୁବିଦ୍ୟାମନ୍ଦିର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *