ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସରସ୍ୱତୀ ଙ୍କ 108 ତମ ଜୟନ୍ତୀ ଉତ୍ସଵ ମହାସମାରୋହରେ ପାଳିତ
ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସରସ୍ୱତୀ ଙ୍କ 108 ତମ ଜୟନ୍ତୀ ଉତ୍ସଵ ମହାସମାରୋହରେ ପାଳିତ ହୋଇଛି।-ପୁରୁଷୋତ୍ତମପୁର ବ୍ଲକ୍ ଜାମୁନୀ ଗ୍ରାମରେ ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର ରେ ଆଜି ତା 24/09/2024/ ରିଖ ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ 108 ତମ ଜୟନ୍ତୀ ଉତ୍ସଵ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ନନ୍ଦିକ ଶିଶୁ ମନ୍ଦିର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ,ଓ କିଛି ଆଚାର୍ଯ୍ୟା ମା ମାନେଯୋଗଦେଇଥିଲେ। ଗାଙ୍ଗଦହଣୀ ଶିଶୁ ମନ୍ଦିର ସମସ୍ତ ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟା ମା ମାନେ ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ସିମାଞ୍ଚଳ ପାଣିଗ୍ରାହୀ ତତ୍ବାବଧାନରେ ସ୍ବାମୀ ଚିଦାନନ୍ଦ ସରସ୍ବତୀ ଙ୍କ 108 ତମ ଜୟନ୍ତୀ ଉତ୍ସଵ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା।

ଆଜିର ଉତ୍ସଵ ମହାସମାରୋହରେ ଵେଦ ପାଠ ମନ୍ତ୍ରଧୂନି ଦୟାନିଧିପୁର ଶାସନ ଗ୍ରାମର କୈଳାସ ଦାଶଙ୍କ ସୁପୁତ୍ରୀ ବନିତା ଦାଶଙ୍କ ଦ୍ଵାରା ଶିଶୁ ମନ୍ଦିର ପୂଜାର୍ଚ୍ଚନା କରିଥିଲେ।।ଆଜିର ଏହି ମହାନ୍ ପବିତ୍ର ଉତ୍ସଵ ରେ ପ୍ରଧାନ ଆଚାର୍ଯ୍ୟ ସିମାଞ୍ଚଳ ପାଣିଗ୍ରାହୀ, ଓ ଆଚାର୍ଯ୍ୟ , ଆଚାର୍ଯ୍ୟା ସମସ୍ତେ ସହଯୋଗ କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ପୂଜା ଅର୍ଚ୍ଚନା ଅତି ସୁନ୍ଦର ଭାବରେ ଧୁମଧାମରେ ପାଳନ କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ପ୍ରସାଦ ସେଵନ କରିଥିଲେ।ଶେଷ ରେ ଧନ୍ୟବାଦ ଅର୍ପଣ ପ୍ରଧାନ ଆଚାର୍ଯ୍ୟ ସିମାଞ୍ଚଳ ପାଣିଗ୍ରାହୀ କରିଥିଲେ।
