ଜ୍ଞାନ ପ୍ରକାଶର ଦଶମ ବାର୍ଷିକ ଉତ୍ସବ ତଥା ଜାତୀୟ ସମ୍ମିଳନୀ
ଜ୍ଞାନ ପ୍ରକାଶର ଦଶମ ବାର୍ଷିକ ଉତ୍ସବ ତଥା ଜାତୀୟ ସମ୍ମିଳନୀ
ପୁରୀ-ଅଗଷ୍ଟ ୨ତାରିଖ ସଦାଶିବ ସଂସ୍କୃତ ପୁରୀ ପରିସର ମଧ୍ୟରେ ବୌଦ୍ଧ ଜିଲ୍ଲାର ଭାଷା, ସଂସୃତି ଓ ଶିକ୍ଷା ଭିତ୍ତିକ ପତ୍ରିକା ଜ୍ଞାନ ପ୍ରକାଶର ଦଶମ ବାର୍ଷିକ ଉତ୍ସବ ତଥା ଜାତୀୟ ସମ୍ମିଳନୀ ମହାସମାରୋହରେ ବେଦପାଠ ଉଚ୍ଚାରଣ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପ୍ରଦୀପ ପ୍ରଜ୍ବୋଳନ କରି କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଜ୍ଞାନ ପ୍ରକାଶର ପ୍ରତିଷ୍ଠାତା ଜ୍ଞାନ ଚାନ୍ଦ ଶତପଥି ,ସଂପାଦକ ଡ. ସରୋଜ କୁମାର ସାହୁ, ରାଜ୍ୟ ମୁଖ୍ୟ ଅମ୍ବିକା ସ୍ୱାଇଁ, ପ୍ରତିଷ୍ଠିତ ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର, ଶିକ୍ଷାବିତ୍ ରଞନ କୁମାର ଦାଶ, ଶିକ୍ଷାବିତ୍ ନିତିଶ ସିହ୍ନା ଏବଂ ପୁରୀ ଜିଲ୍ଲା ଜ୍ଞାନ ପ୍ରକାଶ ମୁଖ୍ୟ ଅଜୟ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ କରି ଶିକ୍ଷା, ଭାଷା ଓ ସଂସୃତିକୁ ପ୍ରଚାର ପ୍ରସାର ଦିଗରେ ଜ୍ଞାନ ପ୍ରକାଶ କାର୍ଯ୍ୟକରୁଥିବା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସାରା ଦେଶରେ ଜ୍ଞାନ ପ୍ରକାଶ କିପର କାର୍ଯ୍ୟକ୍ରମ ହାତକୁ ନେଇଛି ଆଲୋଚନାରେ ସ୍ଥାନ ପାଇଥିଲା । ପ୍ରାରମ୍ଭରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଉପସ୍ଥାପିତ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ପ୍ରତାପ ରଂଜନ ମହାନ୍ତି, ସତ୍ୟନାରାୟଣ ସାହୁ, ପୂର୍ଣ୍ଣିଚନ୍ଦ୍ର ତ୍ରିପାଠୀ, ଶିବ ନାରାୟଣ ଭଟ୍ଟ , ମନୋରଂଜନ ତ୍ରିପାଠୀ ଓ ଜ୍ୟୋତି ପ୍ରକାଶ ମହାରଣା । ଦେଶରେ ଶିକ୍ଷା ଓ ସମାଜସେବାରେ ସମର୍ପିତ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧନା ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଜ୍ଞାନ ପ୍ରକାଶ ବାର୍ଷିକ ପତ୍ରିକା ଲୋକାର୍ପଣ ଅତିଥି ମାନଙ୍କ ଦ୍ଵାରା ହୋଇଥିଲା । ବିଭିନ୍ନ ରାଜ୍ୟର ଶିଶୁ କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, ବିହୁ ନୃତ୍ୟ, ଛଉ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ରାଜସ୍ଥାନର ଘୁଡୁକି ବାଦ୍ୟ, ରବିନ୍ଦ୍ର ସଂଗୀତ ଆଦି ମଞ୍ଚରେ ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମ ଗୁଡିକ ପ୍ରହଲ୍ଲାଦ ଖୁଣ୍ଟିଆ, ଚିନ୍ମୟୀ ତ୍ରିପାଠୀ, ପୀତବାସ ମିଶ୍ର, ଆକାଶ ଚନ୍ଦ୍ର ସାହୁ, ସ୍କୃତି ରଂଜନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଏହି ଜାତୀୟ ସମ୍ମିଳନୀରେ ଦେଶର ୧୫ଟି ରାଜ୍ୟରୁ ପ୍ରତିନିଧି , ଓଡ଼ିଶାର ୩୦ ଜିଲ୍ଲାର ଜିଲ୍ଲାମୁଖ୍ୟ ପ୍ରତିନିଧି ସହିତ ୪୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ । ଶେଷରେ ପୁରୀ ଜିଲ୍ଲା ମୁଖ୍ୟ ଅଜୟ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
