୧୫ତମ ମା ମଙ୍ଗଳା ମହୋତ୍ସବ ଉଦଘାଟିତ
କାକଟପୁର-କାକଟପୁରରେ ମା ମଙ୍ଗଳା ମହୋତ୍ସବ ଉଦଘାଟିତ ହୋଇଯାଇଛି । ତିନି ଦିନ ବ୍ୟାପି ଚାଲିବାକୁ ଥିବା ୧୫ତମ ମଙ୍ଗଳା ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉଦଘାଟନ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ବରିଷ୍ଠ ରାଜନେତା ତଥା ସମାଜସେବୀ ସତ୍ୟବ୍ରତ ପାତ୍ର ଯୋଗଦେଇଥିଲେ । ପ୍ରଥମେ ମା ମଙ୍ଗଳାଙ୍କ ମନ୍ଦିର ରୁ ଅଖଣ୍ଡ ଜ୍ୟୋତି ମଣ୍ଡପ ନିକଟକୁ ଅଣାଯିବା ପରେ ଉପସ୍ଥିତ ଥିବା ଅତିଥି ମନେ ମା ମଙ୍ଗଳା ଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଉତ୍ସବ ଆରମ୍ଭ ହୋଇଥିଲା ।

ଉତ୍ସବ ରେ ସ୍ଥାନୀୟ ବିଧାୟକ ତୁଷାରକାନ୍ତି ବେହେରା ସଭାପତିତ୍ୱ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୁରୀ ଜିଲ୍ଲାପରିଷଦ ଉପାଧକ୍ଷ ସ୍ୱାଧୀନ ନାୟକ ପ୍ରମୁଖ ଯୋଗଦେଇଥିଲେ । ବରିଷ୍ଠ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସୁମଧୁର ଗୀତ ଦର୍ଶକ ଙ୍କୁ ମନୋରଞ୍ଜନ ଯୋଗାଇବା ସହ ଓଡିଶୀ, ସମ୍ବଲପୁରୀ ନୃତ୍ୟ ଉପସ୍ଥିତ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ ।
