ବାତ୍ୟା “ଦାନା” ପରେ ପେଟର ଦାନା ପାଇଁ ସଂଘର୍ଷ କରୁଛନ୍ତି ବାହାର ରାଜ୍ୟର ୧୬ ଜଣ ଲୋକ।
ବାତ୍ୟା “ଦାନା”କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜିରୋ କାଜୁଆଲିଟି ସହ ଭୋକରେ କେହି ନରହିବା ପାଇଁ ବିଭିନ୍ନ ପ୍ରୟାସ କରାଯାଇଛି। ଏପରିକି ଗୃହପାଳିତ ପଷୁଙ୍କ ପାଇଁ ମଧ୍ୟ ସରକାର ଖାଦ୍ୟର ଚିନ୍ତା କରିଛନ୍ତି। ତେବେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସିରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ବାହାର ରାଜ୍ୟରୁ ଆସି ଓଡ଼ିଶାରେ ଜ୍ୟୋତିଶ ବିଦ୍ୟା ସହ ଷ୍ଟୋନ ବେପାର କରୁଥିବା ୧୬ ଜଣ ଲୋକମାନଙ୍କୁ କାମାକ୍ଷାନଗର NAC ତରଫରୁ ସ୍ଥାନୀୟ କଲ୍ୟାଣମଣ୍ଡପ ଠାରେ ଥଇଥାନ କରିଥିଲେ। ୨୪ .୧୦ ଗୁରୁବାର ଦିନ ଆଣି କଲ୍ୟାଣମଣ୍ଡପ ଠାରେ ରଖିବାପରେ ରାତ୍ରଭୋଜନ ଦିଆଯାଇଥିଲା। ଗତକାଲି ଶୁକ୍ରବାର ସକାଳେ କେବଳ ବରା,ସିଙ୍ଗିଡା ଓ ଆଳୁଚପ ଦେଇ କଲ୍ୟାଣମଣ୍ଡପରୁ ବାତ୍ୟା ଟଳିଯିବା କହି ତଡିଦେଲେ। ସେମାନଙ୍କୁ ବାତ୍ୟା “ଦାନା” ରେ ଦୁଇଟି ମିଲ୍ ସହିତ ଗୋଟିଏ ଟିଫିନ ଦେଇ ନିଜର କର୍ତ୍ତବ୍ୟ ସାରିଦେଇଛି ପ୍ରଶାସନ। ଗତକାଲି ବାତ୍ୟାର ଭୟ ଟଳିଯିବାପରେ ତାଙ୍କୁ ଅସ୍ଥାୟି ବାତ୍ୟା ଆଶ୍ରୟ ସ୍ଥଳିରୁ ବାହାର କରିଦେଲେ। ଏବଂ ସେଠାରୁ ବାହାରି ନିକଟରେ ଥିବା ମଢିହାଟର ପିଣ୍ଡି ଉପରେ ଆଶ୍ରୟ ନେଇଥିଲେ। କିଛି ସ୍ବେଛାସେବୀ ହସ୍ତକ୍ଷେପ ପରେ ପୂନର୍ବାର କଲ୍ୟାଣମଣ୍ଡପକୁ ଫେରାଇ ଆଣିଥିଲେ। ଏବଂ ଲଗାଣ ବର୍ଷା ଯୋଗୁଁ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀରୁ ବାହାରକୁ ବାହାରି ପାରୁ ନାହାଁନ୍ତି ଆଶ୍ରୟ ନେଇଥିବା ଲୋକେ। ଲଗାଣ ବର୍ଷାରେ ସେମାନଙ୍କର ବେପର ମଧ୍ୟ ନାହିଁ। ପାଖରେ ଥିବା କିଛି ଚାଉଳକୁ ନିଜେ ରୋଷେଇ କରିବାର ଦୃଷ୍ୟ ଦେଖିବାକୁ ମିଳିଛି। ଫଳରେ ଛୋଟଛୋଟ ଛୁଆମାନେ ଗତ କାଲି ରାତିଠାରୁ ଉପସରେ ରହିଛନ୍ତି। ପେଟପାଇଁ ସରକାରଙ୍କୁ ନିଜର ଗୁହାରି ଜଣାଇଛନ୍ତି ଆଶ୍ରୟସ୍ଥଳରେ ଥିବା ଲୋକମାନେ। ତେଣୁ NAC କର୍ତ୍ତୃପକ୍ଷଙ୍କ ପାରିବାପଣିଆ ସ୍ପଷ୍ଠ ବାରିହେଇପଡୁଛି। ତେଣୁ ତୁରନ୍ତ ଏମାନଙ୍କୁ ଖାଦ୍ୟ ଯୋଗେଇଦେବାପାଇଁ ସାଧାରଣରେ ଦାବି ହେଉଛି।
