ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଚିଲିକାରେ ନାବାଳକକୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୧୮ ଜଣଙ୍କୁ ଗିରଫ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଚିଲିକାରେ ନାବାଳକକୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୧୮ ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ ପୁରୀ ଏସପି ପ୍ରତୀକ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ରଖି କହିଲେ ୧୧ ଅଗଷ୍ଟରେ ଏ ନେଇ ରିପୋର୍ଟ ହୋଇଥିଲା। ସେହି ଦିନ ସନ୍ଧ୍ୟାରେ ଚିଲିକା ଭିତରେ ମାଛ ଜାଣ ନିକଟରେ ୩ ଜଣ ଯୁବକ ଡ଼ଙ୍ଗାରେ ବସିଥିଲେ। କିଛି ଅଜଣା ଲୋକ ସେଠାରେ ପହଞ୍ଚି ମାଛ ଚୋରି କରି ନେବା ପାଇଁ ଉଦ୍ୟମ କରିଥିଲେ। ପରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇ ଉଗ୍ର ରୂପ ଧାରଣ କରିଥିଲା । ଆକ୍ରମଣରେ ଦୁଇଜଣ ଆହତ ହୋଇଥିଲେ। ପରେ ୧୫ ବର୍ଷୀୟ ନାବାଳକ ଓମ୍ ଶିକାରୀ ନିଖୋଜ ଥିଲା। ତା ପରଦିନ ଚିଲିକାରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ବାଲୁଗାଁ ଚନ୍ଦ୍ରାପୁଟ ଅଞ୍ଚଳର ଲୋକ ଏଭଳି କାର୍ଯ୍ୟ କରିଥିଲେ। ସଦର ଏସଡିପିଓ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଗତକାଲି ବାଲୁଗାଁରୁ ପୋଲିସ ମୁଖ୍ୟ ଅଭିଯୁକ୍ତ ଗବେଶ ଦାସକୁ ଧରିବାରେ ସକ୍ଷମ ହୋଇଥିଲା। ପରେ ପୋଲିସର ସ୍ୱତନ୍ତ୍ର ଟିମ୍ ଚିଲକାର ବିଭିନ୍ନ ତାପୁରେ ଲୁଚିଥିବା ୧୮ ଅଭିଯୁକ୍ତଙ୍କୁ ଖୋର୍ଦ୍ଧା ଓ ବାଲୁଗାଁ ପୋଲିସ ସହାୟତାରେ ଗିରଫ କରି କୋର୍ଟଚାଲାଣ କରିଛି । ସେମାନଙ୍କ ଠାରୁ ତିନୋଟି ବୋଟ୍ ସମେତ ହତ୍ୟାରେ ବ୍ୟବହୃତ କାଠ ଫାଳିଆ ମଧ୍ୟ ଜବତ କରାଯାଇଛି । ଆବଶ୍ୟକ ପଡ଼ିଲେ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଆଣିବ ପୋଲିସ।

ଚିଲିକା ଅଞ୍ଚଳର ଯେଉଁ ମାନେ ଏଭଳି କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିଯୁକ୍ତ ମାନେ ଲୋକଙ୍କୁ ଡରାଇ ଧମକାଇ ମାଛ ଚୁଙ୍ଗୁଡି ଚୋରି କରି ନେଉଥିଲେ। ଗିରଫ ସମସ୍ତ ଅଭିଯୁକ୍ତ ବାଲୁଗାଁ ଚନ୍ଦ୍ରାପୁଟ ଅଞ୍ଚଳର। ଏମାନେ ନିୟମିତ ଭାବେ ଚିଲିକା ଭିତରେ ଡରାଇ ଧମକାଇ ମାଛ ଜାଣ,ଚିଙ୍ଗୁଡ଼ି ଚୋରି କରିଥାନ୍ତି।ଗିରଫ ଅଭିଯୁକ୍ତ ହେଲେ ରୋହିତ୍ ଜାଲି,କିଷାନ୍ ଜାଲି,ବାବୁନି ଜାଲି, ରୁବେଶ୍ ଦାସ,ମିଥୁନ ଜାଲି ,ଭାରତ ଦାସ ,କାହ୍ନା ବେହେରା ,ସାଲିଆ ଜାଲି ,କାଳିଆ ଦାସ ,ଦାଶରଥି ବେହେରା,ଦାଶରଥି ଦାସ , କହ୍ନେଇ ଦାସ,ଅମୂଲ୍ୟ ଜାଲି ,ବିବେକ ବେହେରା,କାଳୁ ଜାଲି,ଗୋଲଖ ଜାଲି ଓ ଗୋବିନ୍ଦ କେଇ । ଏ ନେଇ କୃଷ୍ଣପ୍ରସାଦ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପୁରୀ ପୋଲିସ ଏହି ସମ୍ବେଦନଶୀଳ ଘଟଣାକୁ ଅତି ଗୁରୁତର ସହ ନେଇ ତଦନ୍ତ କରୁଛି।ବାଇଟ୍ ୧ – ପ୍ରତୀକ ସିଂହ, ଏସପି,ପୁରୀ
