ପ୍ରତିକାର ଖବରକାଗଜ ପକ୍ଷରୁ ୧୯ତମ ସ୍ୱନକ୍ଷତ୍ର ଉତ୍ସବ
ପ୍ରତିକାର ଖବରକାଗଜ ପକ୍ଷରୁ ୧୯ତମ ସ୍ୱନକ୍ଷତ୍ର ଉତ୍ସବ ପାଳିତଭୁବନେଶ୍ୱର,୧୮/୬(ନିପ୍ର) : ସ୍ଥାନୀୟ ଜୟଦେବ ଭବନଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରତିକାର ପକ୍ଷରୁ ଏକ ରାଜ୍ୟସ୍ତରୀୟ ଓଡିଶା ପ୍ରତିଭା ସଂମ୍ମାନ ଓ ୧୯ ତମ ସ୍ୱନକ୍ଷତ୍ର ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରମୁଖ ବିଷୟ ଥିଲା ସାମ୍ବାଦିକତା ଏବଂ ନ୍ୟାୟ । ଏଥିରେ ଉଦ୍ଘାଟକ ଭାବରେ ସାମ୍ବାଦିକ ଶ୍ରୀରାମ ଦାସ ଯୋଗଦେବା ସହ ମୁଖ୍ୟତିଥି ଭାବେ ପୂର୍ବତନ ବିଧାୟକ, ବରିଷ୍ଠ ବିଜେପି ନେତା ପ୍ରିୟଦର୍ଶି ମିଶ୍ର, ସାମ୍ବାଦିକ ଡାକ୍ତର ମହେଶ୍ୱର, ରାକେଶ ମହାନ୍ତି, ସୂର୍ଯ୍ୟପ୍ରକାଶ ମହାନ୍ତି, ସିନମା ଅଭିନେତ୍ରୀ ଶୀତଲ ପାତ୍ର, ସାମ୍ବାଦିକ ସୁଧାଂଶୁ ମହାପାତ୍ର, କ୍ଷିରୋଦ ଚନ୍ଦ୍ର ପତି, ସୁନାମଧନ୍ୟ ଲେଖକ ଡଃ ପ୍ରସାନ୍ତ ବିଶ୍ୱାଳ,ପାପଡାହାଣ୍ଡି ଉର୍ଣ୍ଣୟନ ଅଧକ୍ଷ ଶ୍ରୀଯୁକ୍ତ ସୁଶାନ୍ତ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବା ବେଳେ ପ୍ରତିକାରର ପ୍ରତିଷ୍ଠାତା ଏବଂ ସମ୍ପାଦକ ଶ୍ରୀ ଶୁଭାଶିଷ ମିଶ୍ର ଅଧ୍ଯକ୍ଷତା କରିଥିଲେ । ସାମ୍ବାଦିକଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ ସରକାର ଉଚିତ୍ ପଦକ୍ଷେପ ନେଲେ ଏବଂ ସେମାନଙ୍କୁ ସୁରକ୍ଷା, ସମ୍ମାନ, ସ୍ୱୀକୃତୀ କାର୍ଯ୍ୟର ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ କାରିଙ୍କୁ ଉଚିତ୍ ଦଣ୍ଡବିଧାନ ଓ ନ୍ୟାୟ ପ୍ରଦାନ କରାଗଲେ ସେମାନେ ସମ୍ବାଦ ପରିବେଷଣ ଦିଗରେ ସଠିକ୍ ମାର୍ଗଦର୍ଶନ କରିହେବ । ସମ୍ପାଦପତ୍ରରେ ବର୍ତ୍ତମାନ ଉପଯୋଗ କରାଯାଉଥିବା କୃତ୍ରିମ ବୁଦ୍ଧିମତା (ଏ.ଆଇ) ଦ୍ୱାରା ସମ୍ବାଦପତ୍ରର ସତ୍ୟ ଏବଂ ତଥ୍ୟ ଭିଭିକ ସମ୍ବାଦ ପରିବେଷଣ ଉପରେ ସନ୍ଦେହ ବଳୟ ସୃଷ୍ଟିହେଉଛି । ପ୍ରେସ କାଉନ୍ସିଲ ଅଫ୍ ଇଣ୍ଡିଆର ଉଦ୍ଦେଶ୍ୟକୁ ମନେ ରଖି ସମ୍ବାଦପତ୍ର ଓ ସାମ୍ବାଦିକମାନେ ଏକ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟକଲେ ଗଣତନ୍ତ୍ର ସୁଦୃଢ ହୋଇପାରିବ ।
