ଗଁଦିଆ ବ୍ଳକ ରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଗଁଦିଆ ବ୍ଳକ ର ସହକାରୀ ନିର୍ବାହୀ ଯନ୍ତ୍ରୀ ସଦାନନ୍ଦ ସଚ୍ଚିନନ୍ଦନ ମାଦେଳୀ ଙ୍କ ଅଧ୍ୟକ୍ଷତାରେ ଫେବୃଆରୀ ମାସ ତିନି ତାରିଖ ପୂର୍ବାହ୍ନ ରେ ପଞ୍ଚାୟତ ସମିତି ସଭାଗୃହ ରେ ଆଡ଼ମ୍ବର ସହକାରେ ପାଳନ କରାଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗଁଦିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୀନାରାଣୀ ଖଟୁଆ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ନବକିଶୋର ସାମଲ, ଗଁଦିଆ ବ୍ଳକ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ନାୟକ, ସହକାରୀ ଯନ୍ତ୍ରୀ ନୀଳମଣି ମହାପାତ୍ର, ବ୍ଳକ୍ କଳା ସଂସ୍କୃତି ଉପସଭାପତି କପିଳେନ୍ଦ୍ର ବେହେରା ଉପସ୍ଥିତ ହୋଇ ଉଦ୍ ବୋଧନ ଦେଇଥିଲେ।

କାର୍ଯ୍ୟକ୍ରମ କୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସୁ ସାହିତ୍ୟିକ ହରିହର ସାହୁ ସଂଯୋଜନା କରିଥିଲେ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା କୁ ଉପସ୍ଥିତ ସମସ୍ତ ସୁସାହିତ୍ଯିକ,କବି, ଲେଖକ ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅନଲାଇନ ମାଧ୍ୟମ ରେ ଦେଖିଥିଲେ। ଉପସ୍ଥିତ ସମସ୍ତ ସୁସାହିତ୍ଯିକ ମାନେ ଓଡ଼ିଆ ସାହିତ୍ୟର ଇତିହାସ ବିଷୟ ରେ ଉଦ୍ ବୋଧନ ଦେଇଥିଲେ। ସମସ୍ତ ସାହିତ୍ୟିକ ମାନଙ୍କୁ ମାନପତ୍ର ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର , ପୁରସ୍କାର ଓ ପୁସ୍ତକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାଗୃହ ରେ ରଖାଯାଇଥିବା ପୁସ୍ତକ କୁ ଉପସ୍ଥିତ ସାହିତ୍ୟିକ ଓ ଛାତ୍ର ଛାତ୍ରୀ ମାନେ ଦେଖିବାର ସୁଯୋଗ ପାଇଥିଲେ। କାର୍ଯ୍ୟକ୍ରମ ରେ ପୋରୁହଖୋଜ ସମିତି ସଭ୍ୟ ବଳରାମ ପରିଡା, ସମାଜସେବୀ ମାନସ ରଞ୍ଜନ କଅଁର ଓ ବ୍ଳକ୍ ର ସମସ୍ତ କର୍ମଚାରୀ ମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
