+୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ୱର୨୧ ମେ’ ୨୦୨୫ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପକ୍ଷରୁ ଆଜି +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଆଜି +୨ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଉଛି। ଆଜିର ସଫଳତା ଆପଣମାନଙ୍କର ଦୀର୍ଘ ଦିନର କଠିନ ପରିଶ୍ରମ ଓ ଅଧ୍ୟବସାୟର ପ୍ରତିଫଳନ। ଆଗାମୀ ଦିନରେ ନିଜ କ୍ୟାରିୟରର ପରବର୍ତ୍ତୀ ସୋପାନରେ ନିଜ ରୁଚିଥିବା ବିଷୟ ବସ୍ତୁରେ ଉଚ୍ଚଶିକ୍ଷା ଲାଭ କରି ଆପଣମାନେ ନିଜ ପାଇଁ ଏକ ଉଜ୍ଜଳ ଭବିଷ୍ୟତ ନିର୍ମାଣ କରିବେ ବୋଲି ମୁଁ ଆଶା କରୁଛି। ଏଥିସହ ଅଭିଭାବକମାନେ ଉଚ୍ଚଶିକ୍ଷା ପାଇଁ ପିଲାମାନଙ୍କୁ ରୁଚି ମୁତାବକ ବିଷୟ ଚୟନ କରିବାରେ ମାର୍ଗଦର୍ଶନ କରନ୍ତୁ। ଆଜିର +୨ ପରୀକ୍ଷା ଫଳରେ ଆଶାନୁରୂପକ ଫଳ ପାଇନଥିବା ବିଦ୍ୟାର୍ଥୀମାନେ ହତୋତ୍ସାହିତ ନ ହୋଇ ଆଗାମୀ ଦିନରେ ଆହୁରି ଅଧିକ ପରିଶ୍ରମ କରି ସଫଳତା ଅର୍ଜନ କରନ୍ତୁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ l

Leave a Reply

Your email address will not be published. Required fields are marked *