ପୋକ୍ସୋ ମାମଲାରେ ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ,
ଅକ୍ଟୋବର ମାସରେ ପୁରୀ ଜିଲ୍ଲା ପୋଲିସର ଆଉ ଏକ ସଫଳତାପୁରୀ, ତାରିଖ: ୧୫.୧୦.୨୦୨୬ପୁରୀ ଜିଲ୍ଲାରେ ଅପରାଧୀଙ୍କୁ ଦଣ୍ଡବିଧାନ ସୁନିଶ୍ଚିତ କରିବା ଦିଗରେ ପୁରୀ ପୋଲିସ ଆଉ ଏକ ସଫଳତା ହାସଲ କରିଛି। ବଳିଆପଣ୍ଡା ଥାନା କେସ୍ ନଂ ୧୪୬/୨୦୨୧ ସମ୍ପର୍କିତ ଟି.ଆର୍. ନଂ ୧୧୧/୨୦୨୧ ମାମଲାରେ ମାନ୍ୟବର ବିଚାରପତି ଶ୍ରୀ ହୃଷୀକେଶ ସାହୁ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ ଅଦାଲତ, ପୁରୀଙ୍କ ନ୍ୟାୟାଳୟରେ ଅଭିଯୁକ୍ତ ଶିବରାମ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।ମାନ୍ୟବର ଅଦାଲତ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୬(୩) ଏବଂ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦,୦୦୦ ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଜରିମାନା ଅନାଦାୟେ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡର ଦଣ୍ଡାଦେଶ ମଧ୍ୟ ଦିଆଯାଇଛି।ମାମଲାର ତ୍ୱରିତ ବିଚାର ପ୍ରକ୍ରିୟାରେ ସାକ୍ଷୀମାନଙ୍କୁ ସମୟୋଚିତ ଭାବେ ନ୍ୟାୟାଳୟରେ ହାଜର କରାଇବା, ୱାରେଣ୍ଟ କାର୍ଯ୍ୟକାରୀ କରିବା ଏବଂ ଅଭିଯୋଜନ ପ୍ରକ୍ରିୟାରେ ସମନ୍ୱୟ ରକ୍ଷା କରିବା ଦିଗରେ ସମ୍ପୃକ୍ତ ଟିମ୍ର ଉଦ୍ୟମ ପ୍ରଶଂସନୀୟ।ଏହି ସଫଳତା ପାଇଁ ବଳିଆପଣ୍ଡା ଥାନାର ଷ୍ଟାଫ, ସ୍ୱତନ୍ତ୍ର ସରକାରୀ ଅଭିଯୋଜକ ଶ୍ରୀ ଦିଗ୍ଦର୍ଶନ ପଟ୍ଟନାୟକ ଏବଂ ତଦନ୍ତକାରୀ ଅଧିକାରୀ ଶ୍ରୀ କୁଳମଣି ସେଠୀ ଓ ଶ୍ରୀମତୀ ରୀତା ବେହେରାଙ୍କ ଭୂମିକା ଉଲ୍ଲେଖନୀୟ।ପୁରୀ ପୋଲିସ ମହିଳା ଓ ଶିଶୁଙ୍କ ସୁରକ୍ଷା, ଅପରାଧର ତଦନ୍ତ ଏବଂ ନ୍ୟାୟାଳୟରେ ଦୋଷୀଙ୍କୁ ଦଣ୍ଡବିଧାନ ସୁନିଶ୍ଚିତ କରିବା ପାଇଁ ନିରନ୍ତର ପ୍ରତିବଦ୍ଧ। ଅକ୍ଟୋବର ୨୦୨୬ ମାସରେ ଏହା ପୁରୀ ଜିଲ୍ଲା ପୋଲିସର ଆଉ ଏକ ଉଲ୍ଲେଖନୀୟ ସଫଳତା ।
