୨୨ ଜୁନ୍ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କବାଣୀ

୨୨ ଜୁନ୍ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କବାଣୀ

ଭଦ୍ରକ, ୧୯/୦୬/୨୦୨୬: ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ହୋଇଥିବା ମତ୍ସ୍ୟଜୀବୀ ସତର୍କବାଣୀ ଅନୁଯାୟୀ, ଓଡ଼ିଶା ଉପକୂଳ ଏବଂ ସଂଲଗ୍ନ ସମୁଦ୍ର ଅଞ୍ଚଳରେ ୧୮ ରୁ ୨୨ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗର ପବନ ବହିବା ସହ ବେଳେବେଳେ ଏହାର ବେଗ ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ତରଙ୍ଗ ଉଚ୍ଚ ହେବାର ଆଶଙ୍କା ରହିଛି।

ଏହାକୁ ଦୃଷ୍ଟିରେ ରଖି ସମସ୍ତ ମତ୍ସ୍ୟଜୀବୀଙ୍କୁ ୧୮ ରୁ ୨୨ ଜୁନ୍ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ମାଛ ଧରିବା ପାଇଁ ନ ଯିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ ଉପକୂଳକୁ ଫେରି ଆସିବା ପାଇଁ କୁହାଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସତର୍କ ସୂଚନାକୁ ଉପକୂଳବର୍ତ୍ତୀ ଅଞ୍ଚଳର ସମସ୍ତ ମତ୍ସ୍ୟଜୀବୀଙ୍କ ନିକଟରେ ପହଞ୍ଚାଇବା ସହ ସୁରକ୍ଷା ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି।

ଉପଖଣ୍ତ ସୁଚନା ଓ ଲୋକ ସଂପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *