୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମାଇଁ ଭାରତର ୨୩ଟି ଯୁବ ସଂବାଦ କାର୍ଯ୍ୟକ୍ରମ
୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମାଇଁ ଭାରତର ୨୩ଟି ଯୁବ ସଂବାଦ କାର୍ଯ୍ୟକ୍ରମ l ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫୦ଟି ଯୁବ ସମ୍ମିଳନୀ, ୧୧,୭୦୦ରୁ ଅଧିକ ଯୁବକଯୁବତୀ ସାମିଲଅକ୍ଟୋବର ୨୬ରୁ ନଭେମ୍ବର ୫ ଯାଏଁ ୫୦୦ ବିଶ୍ୱବିଦ୍ୟାଳୟ, କଲେଜ ଓ ଅନୁଷ୍ଠାନରେ ଦେଶବ୍ୟାପୀ ଅଭିଯାନଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ଯୁବ ବ୍ୟାପାର ବିଭାଗଦ୍ୱାରା ଆୟୋଜିତ ‘ମେରା ଯୁବା ଭାରତ’ (ମାଇଁ ଭାରତ) ପକ୍ଷରୁ ଆଜି ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ କଲେଜ ଏବଂ ଅନୁଷ୍ଠାନରେ ‘ବିକଶିତ ଭାରତ ଯୁବ ସମ୍ବାଦ: ନୋ ୟୋର୍ ଭୋଟ୍’ର ୨୩ଟି ସଂସ୍କରଣ ଆୟୋଜିତ ହୋଇଛି। ଏଥିରେ ୫,୪୮୧ ଜଣ ଯୁବକଯୁବତୀ ଅଂଶଗ୍ରହଣ କରିଥିଲେ। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି: ଯୁବପିଢ଼ି, ବିଶେଷକରି ପ୍ରଥମ ଥର ପାଇଁ ଭୋଟ୍ ଦେଉଥିବା ମତଦାତାମାନଙ୍କ ମଧ୍ୟରେ ନିର୍ବାଚନୀ ସଚେତନତା ସୃଷ୍ଟି କରିବା ଏବଂ ଭୋଟ୍ ଦେବା ଅଧିକାର, ନିର୍ବାଚନ ପ୍ରକ୍ରିୟା ତଥା ନାଗରିକ ଦାୟିତ୍ୱ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସଚେତନ ଭାବେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବା।ଅକ୍ଟୋବର ୨୬ ରୁ ନଭେମ୍ବର ୫, ୨୦୨୬ ପର୍ଯ୍ୟନ୍ତ ଦେଶବ୍ୟାପୀ ୫୦୦ଟି ବିଶ୍ୱବିଦ୍ୟାଳୟ, କଲେଜ ଏବଂ ପ୍ରତିଷ୍ଠାନରେ ଅନୁଷ୍ଠିତ ହେଉଥିବା ଏହି ଜାତୀୟ ଅଭିଯାନର ଏକ ଅଂଶବିଶେଷ ଭାବରେ, ଅକ୍ଟୋବର ୨୯ ସୁଦ୍ଧା ୧୯ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୫୦ଟି ଯୁବ ସଂବାଦ ଆୟୋଜିତ ହୋଇସାରିଛି। ଏଥିରେ ୧୧,୭୮୭ ଜଣ ଯୁବକଯୁବତୀ ଏବଂ ୫୧ ଜଣ ଯୁବ ଆଇକନ୍ ଅଂଶଗ୍ରହଣ କରିଛନ୍ତି। ଏହି ଅଧିବେଶନଗୁଡ଼ିକରେ ଯୁବପିଢ଼ି, ଜନପ୍ରତିନିଧି ଏବଂ ଯୁବ ଆଇକନ୍ମାନେ ଏକାଠି ହୋଇ ଗଣତାନ୍ତ୍ରିକ ଅଂଶଗ୍ରହଣ, ନାଗରିକ ଦାୟିତ୍ୱ ଏବଂ ଦେଶ ଗଠନରେ ଯୁବବର୍ଗଙ୍କ ଭୂମିକା ଉପରେ ଆଲୋଚନା କରିଥାଆନ୍ତି।ଛତିଶଗଡ଼ର ରାୟପୁର ସ୍ଥିତ ଡିସା କଲେଜରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ଯୁବକଯୁବତୀ ଅଂଶଗ୍ରହଣ କରିଥିବାବେଳେ ସାଂସଦ ଶ୍ରୀ ବ୍ରିଜମୋହନ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅଂଶଗ୍ରହଣକାରୀମାନେ ଭୋଟ୍ ଦେବାର ଅଧିକାର, ନିର୍ବାଚନ ପ୍ରକ୍ରିୟା ଏବଂ ନାଗରିକ ଭାବରେ ସେମାନଙ୍କର ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ସେମାନେ ସମ୍ବିଧାନର ମୂଲ୍ୟବୋଧକୁ ବଜାୟ ରଖିବା, ଗଣତନ୍ତ୍ରର ସୁରକ୍ଷା କରିବା ଏବଂ ଦାୟିତ୍ୱବାନ ନାଗରିକ ହେବା ପାଇଁ ଶପଥ ମଧ୍ୟ ଗ୍ରହଣ କରିଥିଲେ।ମଧ୍ୟପ୍ରଦେଶରେ, ଜନପ୍ରତିନିଧି ଏବଂ ଯୁବ ଆଇକନ୍ମାନଙ୍କ ସହିତ ଆଲୋଚନା ମାଧ୍ୟମରେ ଗଣତାନ୍ତ୍ରିକ ଅଂଶଗ୍ରହଣ ଏବଂ ଦେଶ ଗଠନରେ ଯୁବବର୍ଗଙ୍କ ଭୂମିକା ଉପରେ ଆଲୋକପାତ କରାଯାଇଥିଲା। ବେତୁଲରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଦୁର୍ଗାଦାସ ଉଇକେ ଯୁବକଯୁବତୀମାନଙ୍କ ସହିତ ମତବିନିମୟ କରିଥିବାବେଳେ ଯୁବ ଆଇକନ୍ ଯୋଗୀ ଦେଶମୁଖ ସକ୍ରିୟ ଭାବେ ଭୋଟ୍ ଦେବା ଏବଂ ଗଣତନ୍ତ୍ରରେ ଭାଗ ନେବାକୁ ଉତ୍ସାହିତ କରିଥିଲେ। ମନ୍ଦସୌରରେ ସାଂସଦ ଶ୍ରୀ ସୁଧୀର ଗୁପ୍ତା ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା କରିଥିଲେ। ନର୍ମଦାପୁରମରେ ସାଂସଦ ଶ୍ରୀ ଦର୍ଶନ ସିଂହ ଚୌଧୁରୀ ଏବଂ ଏସୀୟ କ୍ରୀଡ଼ା ବ୍ରୋଞ୍ଜ ପଦକ ବିଜେତା ହର୍ଷିତା ତୋମାର ଯୁବକଯୁବତୀମାନଙ୍କ ସହ ଆଲୋଚନା କରି ମତଦାନ ଅଧିକାର ଏବଂ ସଚେତନ ନିର୍ବାଚନୀ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ଉତ୍ତର-ପୂର୍ବାଞ୍ଚଳରେ, ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁବ ଆଇକନ୍ ଶ୍ରୀ ଶ୍ୟାମ ମୋଗର ଯୋଗଦେଇ ନିର୍ବାଚନୀ ତାଲିକା ଏବଂ ନିର୍ବାଚନୀ ସଚେତନତାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଅଂଶଗ୍ରହଣକାରୀଙ୍କ ବିଭିନ୍ନ ପ୍ରଶ୍ନର ସମାଧାନ କରାଯିବା ସହ ‘ଲୋକତାନ୍ତ୍ରିକ ଶପଥ’ ପାଠ କରାଯାଇଥିଲା। ତ୍ରିପୁରାର ଆଗରତଳାଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ରାଜୀବ ଭଟ୍ଟାଚାର୍ଯ୍ୟ ଏବଂ ଯୁବ ଆଇକନ୍ ଶ୍ରୀ ଶୁଭ୍ରଜିତ୍ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନେ ଜନସାଧାରଣଙ୍କ ସମସ୍ୟା, ସିଭିଲ୍ ସର୍ଭିସେସ୍, ନାଗରିକ ଦାୟିତ୍ୱ ଏବଂ ପ୍ରଥମ ଥର ପାଇଁ ଭୋଟ୍ ଦେଉଥିବା ମତଦାତାଙ୍କ ଭୂମିକା ଉପରେ ଆଲୋଚନା କରିବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦୃଢ଼ କରିଥିଲେ।ଜମ୍ମୁ ଓ କାଶ୍ମୀର ଏବଂ ଗୁଜରାଟର ବିଭିନ୍ନ ସ୍ଥାନରେ ମଧ୍ୟ ନିର୍ବାଚନୀ ସଚେତନତା ଏବଂ ଭୋଟର ପଞ୍ଜୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୁପୱାଡ଼ାରେ ଉପ-ମଣ୍ଡଳ ମାଜିଷ୍ଟ୍ରେଟ୍ ଡାକ୍ତର ମୁଦାସିର ଅହମଦ ଛାତ୍ରଛାତ୍ରୀମାନଙ୍କ ସହ ମତବିନିମୟ କରିବା ସହ ନିର୍ବାଚନୀ ପ୍ରକ୍ରିୟା ସମ୍ବନ୍ଧୀୟ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। କଚ୍ଛ (ଭୁଜ) ଠାରେ ପ୍ରଥମ ଥର ଭୋଟ୍ ଦେଉଥିବା ମତଦାତାମାନେ ନିର୍ବାଚନୀ ପଞ୍ଜୀକରଣ ପ୍ରତିନିଧି ଏବଂ ଯୁବ ଆଇକନ୍ଙ୍କ ସହ ଭୋଟ୍ ଦାନ ସମ୍ପର୍କିତ ବିଷୟଗୁଡ଼ିକ ଉପରେ ଆଲୋଚନା କରିଥିଲେ। ସାବରକଣ୍ଠ (ହିମ୍ମତନଗର)ଠାରେ ଛାତ୍ରଛାତ୍ରୀମାନେ ସାଂସଦ ଶ୍ରୀମତୀ ଶୋଭନାବେନ ମହେନ୍ଦ୍ରସିଂହ ବରାଇୟାଙ୍କ ସହିତ ଭୋଟ୍ ଦେବାର ଅଧିକାର ଏବଂ ନିର୍ବାଚନୀ ଅଂଶଗ୍ରହଣ ସମ୍ପର୍କରେ ଆଲୋଚନା କରିଥିଲେ।ଉତ୍ତରପ୍ରଦେଶରେ, ସାହାଜାଁପୁରର ଛାତ୍ରଛାତ୍ରୀମାନେ ଭୋଟ୍ ଦେବାର ଅଧିକାର, ଦାୟିତ୍ୱ ଏବଂ ନିର୍ବାଚନୀ ପ୍ରକ୍ରିୟା ଉପରେ ଆଲୋଚନା କରିଥିଲେ। ଗାଜିାବାଦର କାର୍ଯ୍ୟକ୍ରମରେ ଭୋଟର ପଞ୍ଜୀକରଣ, ବିକଶିତ ଭାରତ ଯୁବ ନେତୃତ୍ୱ ଆଲୋଚନା କୁଇଜ୍ ଏବଂ ଯୁବ ସଂସଦ ଅନ୍ତର୍ଭୁକ୍ତ ଥିଲା। ସୁଲତାନପୁରରେ, ଅଂଶଗ୍ରହଣକାରୀମାନେ ଭାରତୀୟ ନିର୍ବାଚନ ଆୟୋଗ ଏବଂ ନିର୍ବାଚନୀ ଅଂଶଗ୍ରହଣ ଉପରେ ଏକ ପ୍ରଶ୍ନୋତ୍ତର ଅଧିବେଶନରେ ଭାଗ ନେଇଥିଲେ, ଏବଂ ଏମ୍.ଓ୍ଵାଇ. ଭାରତ ବ୍ୟାନର ଅଧକ୍ଷତରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବିହାରର ଶେଖପୁରାରେ ଯୁବକଯୁବତୀମାନେ ଲୋକତାନ୍ତ୍ରିକ ଶପଥ ଗ୍ରହଣ କରିବା ସହ ଦାୟିତ୍ୱବାନ ନାଗରିକତା ଏବଂ ଗଣତାନ୍ତ୍ରିକ ଅଂଶଗ୍ରହଣ ଉପରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଏହି ୨୩ଟି କାର୍ଯ୍ୟକ୍ରମ ଛତିଶଗଡ଼ର ରାୟପୁର; ମଧ୍ୟପ୍ରଦେଶର ବେତୁଲ, ମନ୍ଦସୌର ଏବଂ ନର୍ମଦାପୁରମ; ଗୁଜରାଟର ସାବରକଣ୍ଠ (ହିମ୍ମତନଗର) ଏବଂ କଚ୍ଛ (ଭୁଜ); ଜମ୍ମୁ ଏବଂ କାଶ୍ମୀରର କୁପୱାଡ଼ା; ଉତ୍ତରପ୍ରଦେଶର ଗାଜିାବାଦ, ସାହାଜାଁପୁର ଏବଂ ସୁଲତାନପୁର; ଏବଂ ବିହାରର ଶେଖପୁରାରେ ଅନୁଷ୍ଠିତ ହୋଇଥିଲା। ଅନ୍ୟାନ୍ୟ ସ୍ଥାନଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶର ବଳରାମପୁର, ବୁଦାଉନ୍, ଦେଓରିଆ, ସିଦ୍ଧାର୍ଥନଗର ଏବଂ ସୋନଭଦ୍ର; ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ (ବୋମଡିଲା); ତ୍ରିପୁରାର ଆଗରତଳା (ପଶ୍ଚିମ ତ୍ରିପୁରା); କର୍ଣ୍ଣାଟକର ବେଙ୍ଗାଲୁରୁ ସହରାଞ୍ଚଳ; କେରଳର କୋଟାୟମ; ତାମିଲନାଡ଼ୁର ତିରୁଚିରାପଲ୍ଲୀ; ଏବଂ ପାଟନା ତଥା ତେଲଙ୍ଗାନାର ମହବୁବନଗର ଓ ରଙ୍ଗା ରେଡ୍ଡୀ ଅନ୍ତର୍ଭୁକ୍ତ।ନିର୍ବାଚନୀ ପ୍ରକ୍ରିୟା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଅଭିଯାନରେ ଲୋକତାନ୍ତ୍ରିକ ଶପଥ ଏବଂ ‘ନୋ ୟୋର୍ ଭୋଟ୍’ ଅନ୍ଲାଇନ୍ କୁଇଜ୍ ମଧ୍ୟ ରହିଛି। ମାଇ ଭାରତ ପଞ୍ଜୀକରଣ ଏବଂ କାର୍ଯ୍ୟକ୍ରମ ସ୍ଥଳଗୁଡ଼ିକରେ କ୍ୟୁଆର-ଆଧାରିତ ମତାମତ ସଂଗ୍ରହ ଯୁବବର୍ଗଙ୍କୁ ଏଥିରେ ସଂପୃକ୍ତ କରିବା ପାଇଁ ଅତିରିକ୍ତ ମାଧ୍ୟମ ଯୋଗାଉଛି।
