୩୨ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ
ବି.ଏନ୍. ମହାନ୍ତି ଆସୋସିଏଟ୍ସ ପକ୍ଷରୁ କହ୍ନେଇପୁର ସ୍ଥିତ କାର୍ଯ୍ୟାଳୟରେ ୩୨ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଉପଲକ୍ଷ ରକ୍ତ ଦାନ ଶିବିର ଅନୁଷ୍ଠିତ ହେଇଯାଇଛି l ଆଜି ଆସୋସିଏଟ୍ସର ଚ୍ୟାରମ୍ୟାନ ବିବେକାନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ କୋରେଇ ବିଧାୟକ ଆକାଶ ଦାସନାୟକ, ବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷ ରସାନନ୍ଦ ମହାନ୍ତି ଓ ଯାଜପୁର ରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନେକ ଆଇନୀଜୀବି ଯୋଗଦେଇ ନିକ ନିଜର ରକ୍ତଦାନ କରିଥିଲେ l ତେବେ ଆସୋସିଏଟ୍ସର ବାର୍ଷିକ ଉତ୍ସବରେ ଏହି ମହାନ କାର୍ଯ୍ୟ ପାଇଁ ବିଧାୟକ ଶ୍ରୀ ଦାସନାୟକ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
