ରିଷି ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ରିଷି ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
କୋଣାର୍କ – କୋଣାର୍କ ନିକଟସ୍ଥ ରାମଚଣ୍ଡୀ ଥାନା ଅନ୍ତର୍ଗତ ବାଙ୍ଗର ଲିଆଖିଆ ଗ୍ରାମରେ ମା ମଙ୍ଗଳା କ୍ରିକେଟ୍ ଟିମ୍ ପକ୍ଷରୁ ରିଷି ମେମୋରିଆଲ ଟେନିସ ବଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଗୁରୁବାର ଅପରାହ୍ନରେ ଶୁଭ ଉଦଘାଟିତ ହୋଇଯାଇଛି।

ମୂଖ୍ୟ ଅତିଥି ଭାବେ କୋଣାର୍କ ଅନୁସୂଚିତ ଜାତି ଓ ଜନଜାତି ବିକାଶ ସଂଗଠନ ସଭାପତି ତଥା ଧର୍ମପଦ ପ୍ରେସ କ୍ଲବ୍ ସଭାପତି ପ୍ରତାପ କୁମାର କାଣ୍ଡି ଓ ସମ୍ମାନିତ ଅତିଥି ଭାବେ ଧର୍ମପଦ ପ୍ରେସ କ୍ଲବ୍ ସମ୍ପାଦକ ଜ୍ଞାନ ରଞ୍ଜନ ବିଶ୍ଵାଳ ଯୋଗଦେଇ ଶୁଭ ଉଦଘାଟନ କରିବା ସହିତ କ୍ରୀଡାବିତ୍ ଓ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ। ୮ଟି ଟିମ୍ କୁ ନେଇ ଖେଳ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ବେରୁହଁ ଦଳକୁ ୨ ୱିକେଟ୍ ରେ ହରାଇ ମାଟିଆପଡ଼ା ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ କୁ ଆମ୍ପାୟର ଭାବେ ବଳିଆ ଓ କିରନ ପରିଚାଳନା କରିଥିବା ବେଳେ ମଙ୍ଗଳା କ୍ରିକେଟ୍ ଟିମ୍ ସଦସ୍ୟ ରାଜା, ଚନ୍ଦନ, ବିକାଶ, ମିଥୁନ, ସୁମନ୍ତ, ଦିଲୁ, ଟୁକୁନା, ବବୁଲ, ବାଦଲ, ଟୁଲୁ ଓ କୃଷ୍ଣ ପ୍ରମୁଖ ଖେଳରେ ସହଯୋଗ କରୁଛନ୍ତି।
