55 ସୁରକ୍ଷା ଦିବସ

ଆଜି ଜେକେ କାଗଜ କଳ ପରିସରରେ 55 ସୁରକ୍ଷା ଦିବସ ଓ ସପ୍ତାହ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବିଶ୍ଵଜିତ ଦ୍ଵିବେଦୀ, ଉପସଭାପତି (ବାଣିଜ୍ଯ ) ଓ ସମ୍ମାନିତ ଅତିଥି ଭାବେ ସନ୍ଦୀପ ପାଣ୍ଡେ, ମହାପ୍ରବନ୍ଧକ (ମାନବ ସମ୍ବଳ ଓ ଶିଳ୍ପ ସମ୍ବନ୍ଧୀୟ ) ଯୋଗଦାନ କରିଥିଲେ।
ସର୍ବ ପ୍ରଥମେ ମୁଖ୍ୟ ଅତିଥି ସେଫ୍ଟି ଫ୍ଳାଗ୍ ଉତ୍ତୋଳନ କରିଥିଲେ ଓ ସେଠାରେ ଉପସ୍ଥିତ ଥିବା କର୍ମଚାରୀ ମାନଙ୍କୁ ସୁରକ୍ଷା ଶପାଥ ପାଠ କରାଇ ଥିଲେ।
ଜେକେ କାଗଜ କଳ କିପରି ଉତ୍ପାଦନ ଅପେକ୍ଷା ସୁରକ୍ଷା କୁ ପ୍ରଧାନ୍ୟ ଦିଏ ତାହା ଅବଗତ କରାଇଥିଲେ।
ସମ୍ମାନିତ ଅତିଥି ଶ୍ରୀ ପାଣ୍ଡେ ତାଙ୍କ ବକ୍ତବ୍ୟ ରେ ସୁରକ୍ଷା ସମସ୍ତଙ୍କ ପାଇଁ କେତେ ଜରୁରୀ, ତାହା ଉପରେ ଗୁରୁତ୍ଵ ଆରୋପ କରିଥିଲେ। ଚଳିତ ବର୍ଷ ର ସୁରକ୍ଷା ପ୍ରସଙ୍ଗ ” ଉନ୍ନତ ସୁରକ୍ଷା ନିମନ୍ତେ କର୍ମଚାରୀ ଙ୍କୁ ସଂଲଗ୍ନ, ଶିକ୍ଷିତ ଏବଂ ସଶକ୍ତ ” କରିବା କୁ ଗୁରୁତ୍ଵ ଦେଇଥିଲେ।
କର୍ମଚାରୀ ମାନେ ସୁରକ୍ଷା ଉପରେ ପର୍ଯ୍ୟବେଶିତ ସ୍ୱରଚିତ କବିତା ପାଠ କରିଥିଲେ। ଏହି ସୁରକ୍ଷା ସପ୍ତାହ ରେ ବିଭିନ୍ ପ୍ରକାର ର ସୁରକ୍ଷା ପ୍ରତିଯୋଗିତା ଯଥା ରଚନା, କୁଇଜ, ପୋଷ୍ଟର ଅଙ୍କନ, ସ୍ଲୋଗାନ ଓ ସଚେତନତା କର୍ମଶାଳା ର ଆୟୋଜନ କରାଯାଇଛି।
ଏହି କାର୍ଯ୍ୟକ୍ରମ କୁ ମହାପ୍ରବନ୍ଧକ (ଇ ଏଚ୍ ଏସ୍ ) ସତ୍ୟଜିତ ମହାନ୍ତି ଉଦ୍ଘାଟନ ଭାଷଣ ଦେଇ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ବିଗତ ଦିନରେ ଜେ କେ କାଗଜ କଳ ରେ ଥିବା ଉତ୍କୃଷ୍ଟ ସୁରକ୍ଷା ବ୍ୟବସ୍ଥା ପାଇଁ ରାଜ୍ୟ ଓ ଜାତୀୟ ସ୍ତରରେ ପୁରଷ୍କୃତ ହୋଇଥିବା ଯୋଗୁଁ, ଶ୍ରୀ ମହାନ୍ତି କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶେଷରେ ବରିଷ୍ଠ ପ୍ରବନ୍ଧକ ରମାରଞ୍ଜନ ବିଶ୍ଵାଳ ଧନ୍ୟବାଦ ଜ୍ଞାପନ କରିଥିଲେ।
ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବରେ ଅରୁଣ ଦାସ, ଉପ ପ୍ରବନ୍ଧକ (ସୁରକ୍ଷା), ଅମିତ୍ ପଟ୍ଟନାୟକ, ସହ ପ୍ରବନ୍ଧକ (ସୁରକ୍ଷା) ହର୍ଷରାଜ ସାହୁ, ଅଫିସର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ଏହି କାର୍ଯ୍ୟକ୍ରମରେ କାଗଜ କଳ ର ଅନ୍ୟନ୍ୟ ବରିଷ୍ଠ ଅଧିକାରୀ ଗଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *