ରାଇକିଆ ଆଞ୍ଚଳିକ କଳା ପରିଷଦ ପକ୍ଷ ରୁ ପଞ୍ଚମ ଅର୍ଘ୍ୟ ନାଟକ ବହି ପୂଜନ କାର୍ଯ୍ୟକ୍ରମ
ରାଇକିଆ ଆଞ୍ଚଳିକ କଳା ପରିଷଦ ପକ୍ଷ ରୁ ପଞ୍ଚମ ଅର୍ଘ୍ୟ ନାଟକ ବହି ପୂଜନ କାର୍ଯ୍ୟକ୍ରମ।, ରାଇକିଆ ତା ୧୬/୫/୨୫-କନ୍ଧମାଳ ଜିଲ୍ଲା ରାଇକିଆ ଆଞ୍ଚଳିକ କଳା ପରିଷଦ ସଭାପତି ଶ୍ରୀ ସନ୍ତୋଷ କୁମାର ଲେଙ୍କା ଙ୍କ ନେତୃତ୍ଵ ରେ ଆସନ୍ତା ରଜ ଉଛବ ଉପଲକ୍ଷେ ପଞ୍ଚମ ଥର ସକାଶେ ସାମାଜିକ ନାଟକ ଜନମ ନେଇଛି କାନ୍ଦିବା ପାଇଁ ଆସନ୍ତା ରଜପର୍ବ ୯ ଏବଂ ୧୦ ଦୁଇ ଦିନ ଧରି ମଞ୍ଚସ୍ଥ କରାଯିବ । ଏନେଇ ଆଜି ଶିବ ମନ୍ଦିର ପରିସର ରେ ନାଟକର ବହି ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା ତତ୍ ପରେ ମା ବନ ଦୁର୍ଗା ମନ୍ଦିର ପରିସରରେ ନାଟକ ର ନିର୍ଦେଶକ ଭଗବାନ ପାତ୍ର କଳାକାର ମାନଙ୍କୁ ନେଇ ନାଟକର କିଛି ଅଂଶ ରିଅଲସେଲ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପୂଜା କମିଟି ସଭାପତି ଶ୍ରୀ ସତ୍ୟବାନ ପାତ୍ର, ବଣିକ ସଂଘ ସାଧାରଣ ସମ୍ପାଦକ ଶ୍ରୀ ଦୁର୍ଯ୍ୟୋଧନ ଲେଙ୍କା, ସୁରେନ୍ଦ୍ର ପଣ୍ଡା, ସୁଶାନ୍ତ ପଣ୍ଡା, ମନୋଜ ବେହେରା କଳାକାର ଭାବେ ପ୍ରକାଶ ପଣ୍ଡା, ପ୍ରଶାନ୍ତ ଦଳେଇ, ଚିଣ୍ଟୁ ପାଣିଗ୍ରାହୀ, ପ୍ରତାପ ଜେନା, ସନ୍ତୋଷ ପାତ୍ର ସହ ଆଞ୍ଚଳିକ କଳା ପରିଷଦ ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିବା ବେଳେ ପ୍ରଥମ ଦିନ ର ରିଅଲସଲ୍ ଦେଖିବା ସକାଶେ ବହୁ ନାଟ୍ୟ ପ୍ରେମୀ ଉପସ୍ଥିତ ରହିଥିଲେ।
