୭୦୦ ଭାରତୀୟ ଛାତ୍ରଛାତ୍ରୀ କାନାଡାରୁ ବହିଷ୍କୃତ ହେବେନି

ଟରଣ୍ଟୋ, ୯ା୬: ଜାଲ୍‌ କଲେଜ ନାମଲେଖା ପତ୍ର ଦେଖାଇ କାନାଡାରେ ପ୍ରବେଶ କରିଥିବା ପ୍ରାୟ ୭୦୦ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଦେଶାନ୍ତର ନ କରିବାକୁq ନିଷ୍ପତ୍ତି ନେଇଛି। ଏହି ଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜାବର। ସେମାନେ ସେଠାର କେତେକ ଶିକ୍ଷାନୁଷ୍ଠାନର ଜାଲ୍‌ ନାମଲେଖା ପତ୍ର ଦେଖାଇଥିବା କର୍ତ୍ତୃପକ୍ଷ ଜାଣିବା ପରେ ସେମାନଙ୍କୁ ଦେଶାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲା। ଗତ ମାର୍ଚ୍ଚରେ ଏହି ପିଲାମାନେ କାନାଡାରେ ସ୍ଥାୟୀ ଭାବେ ରହିବା ପାଇଁ ଆବେଦନ କରିଥିଲେ। ମାନବିକତା ଦୃଷ୍ଟିରୁ ସେମାନଙ୍କ ସ୍ଥାୟୀ ରହଣି ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ସଂସଦୀୟ କମିଟି କାନାଡା ସୀମା ସେବା ସଂସ୍ଥାକୁ କହିଛି। ଏହି ପିଲାମାନେ ଠକେଇର ଶିକାର ହୋଇଥିବା ଅଭିଯୋଗ କରି ସେମାନଙ୍କୁ ଦଣ୍ଡିତ ନ କରିବା ପାଇଁ ପାର୍ଲାମେଣ୍ଟ ସଦସ୍ୟ ଜେନି କ୍ୱାନ୍‌ ଗୃହରେ ପ୍ରସ୍ତାବ ଆଣିଥିଲେ।

Leave a Reply

Your email address will not be published. Required fields are marked *