ରାଷ୍ଟ୍ରପତି ବାଇଡେନଙ୍କ ବଡ ଘୋଷଣା, ଯୁଦ୍ଧ ଶେଷ ନ ହେବା ପର୍ଯ୍ୟନ୍ତ ୟୁକ୍ରେନକୁ ଦେବେ ସେନା ସହାୟତା

ଓ୍ବାଶିଂଟନ,୯।୬: ରୁଷିଆ ୟୁକ୍ରେନ ଯୁଦ୍ଧକୁ ଏକ ବର୍ଷରୁ ଅଧିକ ସମୟ ହୋଇଗଲାଣି। ହେଲେ ଉଭୟ ଦେଶ ପଛକୁ ହଟିବାକୁ ରାଜି ନୁହଁନ୍ତି। ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଶ୍ଚର୍ଯ୍ୟ କଲା ଭଳି ଏକ ଘୋଷଣା କରିଛନ୍ତି।

ବାଇଡେନ କହିଛନ୍ତି, ଯେପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିବ ସେପର୍ଯ୍ୟନ୍ତ ଆମେରିକା ୟୁକ୍ରେନକୁ ଫଣ୍ଡିଂ ଜାରି ରଖିବେ। ବାଇଡେନ କହିଛନ୍ତି ଯେ ଯଦିଓ ତାଙ୍କ ବିରୋଧୀ ରିପବ୍ଲିକାନ ପାର୍ଟିର କିଛି ସାଂସଦ ଏହା ଉପରେ ଆପତ୍ତି କରନ୍ତି, ତଥାପି ସେ ୟୁକ୍ରେନକୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦେବେ ନାହିଁ।
କିଛିଦିନ ତଳେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ହ୍ବାଇଟ ହାଉସ ପରିଦର୍ଶନ କରିଥିଲେ। ଉଭୟ ୟୁକ୍ରେନ ସଙ୍କଟ ଏବଂ ବିଶ୍ୱ ଅର୍ଥନୀତି ସହ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ଋଷି ସୁନାକଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ବାଇଡେନ କହିଛନ୍ତି ଯେ ରୁଷିଆ-ୟୁକ୍ରେନ ଯୁଦ୍ଧର ବାସ୍ତବତା ହେଉଛି ମୋର ବିଶ୍ୱାସ ଯେ ରିପବ୍ଲିକାନ ନେତାମାନେ ୟୁକ୍ରେନକୁ ଦୀର୍ଘକାଳୀନ ସାମରିକ ସହାୟତା ପ୍ରଦାନ କରିବେ।

ବାଇଡେନ ଆହୁରି ମଧ୍ୟ କହିଛନ୍ତି ଯେ ଆମର ଅର୍ଥନୈତିକ ସ୍ଥିତି ଏତେ ଶକ୍ତିଶାଳୀ ଯେ ୟୁକ୍ରେନକୁ ସମର୍ଥନ କରିବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ଅର୍ଥ ଅଛି ଏବଂ ଆମେ ଏହାକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛୁ।

Leave a Reply

Your email address will not be published. Required fields are marked *