୭୯ତମ ରାଣାସା ବାଗାନ ମାଗେ ପରବ
ବ୍ୟାସନଗର ପୌର ପରିଷଦ ଅଞ୍ଚଳ ର ୨୫ନମ୍ବର ୱାର୍ଡ ଚୂନଭାଟି ପ୍ଲଟ ର ଟିଣ ହାଟିଙ୍ଗ ଠାରେ ଆଦିବାସୀ ମାନଙ୍କର ୭୯ତମ ଗଣପର୍ବ ଅନୁଷ୍ଠିତ ହୋଇଯାଇଛି l ଯାହା ମାଗେ ପରବ ଭାବେ ଅଞ୍ଚଳ ରେ ଜଣାଶୁଣା l ଆଦିବାସୀ ସାହି ର ମୁଖିଆ ଲକ୍ଷ୍ମଣ ବାସେକେ, କାର୍ତିକ ହାଁସଦା , ମାଣିକ ଗାଗରାଇ, କୁଞ୍ଜ ହେମ୍ବ୍ରମ, ଜଗା ମୁଣ୍ଡା, ରଂଜିତ ମୁଣ୍ଡୁୟା ଯୋଗଦେଇ ପର୍ବ କୁ ଉତ୍ସଵ ମୁଖର କରିଥିଲେ l ମୁଖ୍ୟ ଅତିଥି ଭାବେ ସମାଜସେବୀ ବିପ୍ଳବ ସାମନ୍ତରାୟ ଅଂଶ ଗ୍ରହଣ କରି ଗ୍ରାମ ବାସୀଙ୍କୁ ସାଧୁବାଦ୍ ଜଣାଇବା ସହ ଅଞ୍ଚଳ ବାସୀଙ୍କ ସହ ତାଙ୍କର ଆବେଗ ଭାବପ୍ରେମ୍ ରହିଥିବା ସେ ବ୍ୟକ୍ତ କରିଥିଲେ
