ସଁପଡା ଚିନ୍ତାମଣି ବିଦ୍ୟାପିଠ ପୁରାତନ ଛାତ୍ରଛାତ୍ରି ମାନଙ୍କ ବନ୍ଧୁମିଳନ ପ୍ରସ୍ତୁତି ବ୍ୟଠକ

ସଁପଡା ଚିନ୍ତାମଣି ବିଦ୍ୟାପିଠ ପୁରାତନ ଛାତ୍ରଛାତ୍ରି ମାନଙ୍କ ବନ୍ଧୁମିଳନ ପ୍ରସ୍ତୁତି ବ୍ୟଠକ।ନୂଆଗାଁ , ୨୦/୦୩ (ଶ୍ରୁ.ମି) : ନୂଆଗାଁ ବ୍ଲକ ମାଇଛେଳି ପଞ୍ଚାୟତ ସଂପଡା ଚିନ୍ତାମଣି ବିଦ୍ୟାପିଠ ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ର ପ୍ରସ୍ତୁତି ବ୍ୟଠକ ମସ୍କାବାରି ,କୋଶାଗଟା ,କାଣିଗିରି ,ମାଇଛେଳି ,ବାଲଣ୍ଡା ,ଗୋହିରିବାଦୁ ,ବାରଘରିଆ ଇତ୍ୟାଦି ପ୍ରତ୍ୟେକ ଗ୍ରାମରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି।ସମସ୍ତ ଛାତ୍ରଛାତ୍ରୀ ଦୀର୍ଘବର୍ଷ ପରେ ନିଜ ନିଜ କର୍ମକ୍ଷେତ୍ର ଓ ସାଂସାରିକ ଜୀବନରୁ ବାହାରି ଏକତ୍ର ହୋବାକୁ ଆଶନ୍ତା ୨୦୨୪ ମାର୍ଚ୍ଚ ୩୧ ତାରିଖ କୁ ଦିନ ଧ୍ୟାଯ୍ୟ କରିଥିଲେ ।ଏହି ଅବସରେ ବିଦ୍ୟାଳୟର ଆଜି ପଯ୍ୟନ୍ତ ପାଠପଢା ଶେଷକରି ଜାଇଥିବା ସମସ୍ତ ବ୍ୟାଚର ଛାତ୍ର ଛାତ୍ରୀ ମଧ୍ୟରୁ ୫ଜଣ ରୁ ୭ଜଣ ଲେଖାଏ ପିଲାଙ୍କୁ ନେଇ ଏକ କୋର କମିଟି ଗଠନ କରା ଜାଇଛି।

ପରେ ଆଜି ଏହି କୋର କମିଟି ର ସ୍ବତନ୍ତ ବୈଠକ ଚିନ୍ତାମଣି ବିଦ୍ୟାପିଠ ସଂପଡା ଠାରେ ଅନୁଷ୍ଠିତ ହୋଇଯାଇଅଛି ଏହି ଅବଶରେ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ବିନାୟକ ପରିଡ଼ା ଙ୍କ ଦ୍ଵାରା କାର୍ଯ୍ୟକ୍ରମ କିକରି ଭାବରେ ସାନ୍ତି ଶୁଖଳା ସହ ଅନୁଷ୍ଠିତ ହେବ ଏବଂ ଉତ୍ସବ କୁ କିପରି ମହୋତ୍ସବ ରେ ପରିଣତ କରି ଜାନି ଯାତ୍ରା ,ନାଚ ଗିତ , ତର୍କ ବିତର୍କ ,ଭୋଜି ଭାତ ର ଆଶର ମଉଜ ମଜିଲିସ କରି ବହୁ ଆଡମ୍ବର ରେ ପାଳନ କରିବା ପାଇଁ ସେବିଶୟରେ ଆଲେଚନା କରିଥିଲେ। ଏ ସ୍ବତନ୍ତ ବ୍ୟଠକ ରେ ନିମତ୍ରିନ୍ତ୍ର ଅତିଥି ରୂପେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭିମସେନ ସାହୁ , ବିନାୟକ ପରିଡ଼ା, ହୃଷିକେଶ ପ୍ରଧାନ,ପରମା ନନ୍ଦ ପରିଡା , ପୁରୁଷୋତ୍ତମ ପରିଡ଼ା ,ପୁପୁରାତନ ଛାତ୍ର ସଂସଦ ର ସଭାପତି ପ୍ରମୋଦ କୁମାର ଖଣ୍ଡୁଆଳ,ସମ୍ପାଦକ ଶୁଧିର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କ ଏଭଳି ଉଦ୍ୟମ କୁ ପ୍ରସଂସା କରିବା ସହିତ ଜୀବନରେ ବାକି ଥିବା ଜୀବନ ତକ ହସଖୁସିରେ କାଟିବାକୁ ଆଶ୍ରୀବାଦ ଦେଇଥିଲେ।ପ୍ରଥମ ବ୍ୟାଚ ର ପୂର୍ବତନ ଛାତ୍ରି ପ୍ରଭାତି ପରିଡା ,ସଞ୍ଜୁକ୍ତା ପରିଡ଼ା ଙ୍କ ଶହ ଛାତ୍ର ସୁରେନ୍ଦ୍ର ଖଣ୍ଡୁଆଳ , ଲକ୍ଷ୍ମୀଧର ବେହେରା , ପ୍ରଶନ କୁମାର ପରିଡ଼ା ଙ୍କ ଶହ ବହୁ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *