ଭଦ୍ରକ ଜିଲ୍ଲାରେ SIR କାର୍ଯ୍ୟରେ ୮୯.୬୯% ଇଲେକ୍ଟର ଫର୍ମ ଡିଜିଟାଇଜ୍

ଭଦ୍ରକ, ୨୩ ଜୁନ: ଭଦ୍ରକ ଜିଲ୍ଲାର ପାଞ୍ଚଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଚାଲିଥିବା ସ୍ୱତନ୍ତ୍ର ସଂଘନ ସଂଶୋଧନ (SIR) କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ୨୩ ଜୁନ ୨୦୨୬ ଅପରାହ୍ନ ସୁଦ୍ଧା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜିଲ୍ଲାର ସମସ୍ତ ୧୩୨୬ ଜଣ BLO ପ୍ରଶିକ୍ଷିତ ହୋଇ କ୍ଷେତ୍ରସ୍ତରରେ କାର୍ଯ୍ୟରତ ଅଛନ୍ତି।ଜିଲ୍ଲାରେ ମୋଟ ୧୨,୮୪,୬୧୮ ଜଣ ମତଦାତାଙ୍କ ମଧ୍ୟରୁ ୧୨,୮୪,୪୭୫ଟି ଇଲେକ୍ଟର ଫର୍ମ (EF) ଡାଉନଲୋଡ୍ କରାଯାଇଥିବାବେଳେ ସମସ୍ତ ୧୨,୮୪,୬୧୮ଟି ଫର୍ମ ବଣ୍ଟନ କରାଯାଇଛି। ଏପର୍ଯ୍ୟନ୍ତ ୧୧,୫୨,୨୦୮ଟି ଫର୍ମ ଡିଜିଟାଇଜ୍ ହୋଇଥିବାରୁ ଜିଲ୍ଲାର ଡିଜିଟାଇଜେସନ୍ ହାର ୮୯.୬୯ ପ୍ରତିଶତରେ ପହଞ୍ଚିଛି।

ବିଧାନସଭା ଭିତ୍ତିକ ତଥ୍ୟ ଅନୁଯାୟୀ, ଧାମନଗର ନିର୍ବାଚନମଣ୍ଡଳୀରେ ସର୍ବାଧିକ ୯୦.୯୭ ପ୍ରତିଶତ ଫର୍ମ ଡିଜିଟାଇଜ୍ ହୋଇଥିବାବେଳେ ବାସୁଦେବପୁରରେ ୯୦.୨୬ ପ୍ରତିଶତ, ଭଣ୍ଡାରିପୋଖରୀରେ ୯୦.୭୪ ପ୍ରତିଶତ, ଭଦ୍ରକରେ ୮୯.୩୩ ପ୍ରତିଶତ ଏବଂ ଚାନ୍ଦବାଲିରେ ୮୭.୨୩ ପ୍ରତିଶତ ଫର୍ମ ଡିଜିଟାଇଜ୍ କରାଯାଇଛି।ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ୧୧,୫୧,୯୮୫ଟି ଫର୍ମ BLO ମାନଙ୍କ ଦ୍ୱାରା ଯାଞ୍ଚ କରାଯାଇଥିବାବେଳେ କେବଳ ୨୦୭ଟି ଫର୍ମ ମତଦାତାଙ୍କ ଦ୍ୱାରା ଦାଖଲ ହୋଇ ଯାଞ୍ଚ ଅପେକ୍ଷାରେ ରହିଛି। SIR କାର୍ଯ୍ୟକ୍ରମକୁ AERO ମାନଙ୍କ ତତ୍ତ୍ୱାବଧାନରେ ତ୍ୱରାନ୍ୱିତ ଭାବେ ଆଗେଇ ନିଆଯାଉଛି।

Leave a Reply

Your email address will not be published. Required fields are marked *