ତାଳଦଣ୍ଡାରେ ବ୍ରହ୍ମ ଜଗନ୍ନାଥ ମିଶନର ୯ମ ବାର୍ଷିକ ଉତ୍ସବ ଅନୁଷ୍ଠିତ
-ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ତାଳଦଣ୍ଡାରେ ବ୍ରହ୍ମ ଜଗନ୍ନାଥ ମିଶନର ୯ମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ ସହ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଭକ୍ତ ଓ ସାହିତ୍ୟପ୍ରେମୀମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା।ଏହି ଉତ୍ସବରେ କୁଜଙ୍ଗ ତହସିଲଦାର ସ୍ଵରୂପ ନନ୍ଦନ ବେହେରା ଉତ୍ସବକୁ ଉଦଘାଟନ କରିଥିବା ବେଳେ ରେକି ମିଶନର ପ୍ରତିଷ୍ଠାତା ବିଜ୍ଞାନୀ ଗୁରୁ ଶ୍ରୀ ସନ୍ଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଜୁ ପଟ୍ଟନାୟକ ଫିଲ୍ମ ଟେଲିଭିଜନ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ପ୍ରଫେସର ହିମାଂଶୁ ଶେଖର ଖଟୁଆ ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିବା ବେଳେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସାହିତ୍ୟିକା ସୌଭାଗିନୀ ରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଉଦଯାପନୀ ଉତ୍ସବରେ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସାହିତ୍ୟିକା ଇତି ସାମନ୍ତ ମୁଖ୍ୟବକ୍ତା ଭାବେ ଅଭିଭାଷଣ ରଖିଥିଲେ। ଇଫକୋର ଜନସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ଓ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।ବ୍ରହ୍ମ ଜଗନ୍ନାଥ ମିଶନର ଅଧ୍ୟକ୍ଷ କ୍ୟାପଟେନ ସଞ୍ଜିବ ମୁଦୁଲିଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବିଶିଷ୍ଟ ଉପସ୍ଥାପକ ଅଭିନନ୍ଦନ ଦାସ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।ଏହି ଅବସରରେ ଅତିଥିମାନେ ତାଙ୍କର ଅଭିଭାଷଣରେ ଆଧ୍ୟାତ୍ମିକ ଜାଗୃତି, ବିଶ୍ୱଶାନ୍ତି ଓ ସାମାଜିକ ସମନ୍ୱୟର ପ୍ରସଙ୍ଗ ଉଠାଇଥିଲେ।
