ରାଜ୍ୟସ୍ତରୀୟ ଖୋ ଖୋ ଜନଜାତି ଓ ଜାତୀୟ କ୍ରୀଡା ପ୍ରତିଯୋଗିତା

ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ୨ ଦିନିଆ ରାଜ୍ୟସ୍ତରୀୟ ଖୋ ଖୋ ଜନଜାତି ଓ ଜାତୀୟ କ୍ରିଡା ପ୍ରତିଯୋଗିତାର ଚୟନ ପ୍ରକ୍ରିୟା ମଙ୍ଗଳବାର ସମାପନ ହୋଇଛି।ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଓଡ଼ିଶା ଖୋ ଖୋ ଆସୋସିଏସନ ର ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା।ରାଜ୍ୟ ଖୋ ଖୋ ଆସୋସିଏସନର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର କ୍ରିଡାବିତ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ।ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ ଏହାକୁ ପରିଚାଳନା କରିଥିଲେ।ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାର ପୁରୁଷ ଓ ମହିଳା ବର୍ଗର ମୋଟ ୨୦୦ ପ୍ରତିଯୋଗୀ ଅଶଂଗ୍ରହଣ କରିଥିଲେ।ଉଭୟ ବର୍ଗର ଶ୍ରେଷ୍ଠ ୨୦ -୨୦ ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇଛି ।ସେମାନଙ୍କ ମଧ୍ୟରେ ଜନଜାତି ପୁରୁଷ ବିଭାଗରେ ବାଲେଶ୍ଵର ର ଜଗନ୍ନାଥ ମୁର୍ମୁ,ପପୁ ମାରାଣ୍ଡି, ଶୁକନାଥ ସିଂ,ସିଦ୍ଧେଶ୍ୱର ଟୁଡୁ,ଗୌତମ ସିଂ,ଦୀପକ ସିଂ,କୀଟ ର ଅଜୟ ମାନ୍ଦ୍ରା,ପବନି ଶବର,ଦିଲ୍ଲୀପ ଶବର, କରନ୍ ମାରାଣ୍ଡି,ଅର୍ଜୁନ ସିଂ,ସୁନ୍ଦରଗଡ଼ ର ବିଶାଲ ଓରାମ,ବାଲେଶ୍ଵର ର ଦିବ୍ୟ,ସିଦ୍ଧେଶ୍ୱର ଟୁଡୁ,ଗୌତମ ସିଂ,ଢେଙ୍କାନାଳ ର ମୁନା ବେହେରା, ସମ୍ବଲପୁର ର ସୁକୁନ କୁଜୁର୍, ସ୍ପୋର୍ଟସ ହଷ୍ଟେଲ ର ରଘୁ,ଗଜପତି ର ଆଲିୟା ଶବର,କଟକ ର ରାଜା ନାୟକ ଙ୍କୁ ଚୟନ କରାଯାଇଛି । ସେହିଭଳି ମହିଳା ଜନଜାତି ବିଭାଗରେ କୀଟ ର ଅର୍ଚ୍ଚନା ମାଝୀ,ମଗାଇ ମାଝୀ,ଶୁଭଶ୍ରୀ ସିଂ,କାଦମ୍ବିନୀ ମାଝୀ, ଡାଙ୍ଗି ମୁର୍ମୁ,ଲିପି ନାୟକ, ସନ୍ତୋଶି ଭଦ୍ରା,ବାଲେଶ୍ଵର ର ଚମ୍ପା ମାଝୀ,ପ୍ରିୟଙ୍କା ସିଂ,ରେଣୁକା ମାରାଣ୍ଡି,ଆଶା ମାରାଣ୍ଡି,ପୁଷ୍ପା ମାରାଣ୍ଡି,ସୁନ୍ଦରଗଡ଼ ର ନନ୍ଦିତା କୁଜୁର,ରେଶ୍ମା ମିଞ୍ଜ,ମଧୁସ୍ମିତା,କେଉଁଝର ର କ୍ଷମାପ୍ରଭା ନାୟକ,କନ୍ଧମାଳ ର ରଚନା ପ୍ରଧାନ,ବରିହା ର ରେଷ୍ମା ବରିହା ଙ୍କୁ ସମ୍ଭାବ୍ୟ ଦଳ ଭାବେ ଘୋଷଣା କରାଯାଇଛି ।ଏଥିରେ ବିଚାରକ ଭାବେ ସୂର୍ଯ୍ୟ ନାରାୟଣ ଜେନା, ପାର୍ଥ ସାରଥି ମହାପାତ୍ର, କ୍ରୀଷ୍ଣା କୁମାରୀ ବିଶ୍ବାଳ,ମନସ୍ମିତା ମହାନ୍ତି, ରେଣୁବାଳା ପ୍ରଧାନ, ଅର୍ଣ୍ଣପୂର୍ଣ୍ଣା ରାଉତ, ରଞ୍ଜନ ମହାନ୍ତି, ଧୀରେନ୍ଦ୍ର ଦାସ,ଭୁବନ ମୋହନ ଦାସ,ତପନ ଦାସ,ସୂର୍ଯ୍ୟ ନାରାୟଣ ଜେନା ଯୋଗ ଦେଇଥିଲେ।କ୍ରିଡା କାର୍ଯ୍ୟାଳୟ ର କର୍ମଚାରୀ ସୌମ୍ୟ ରଞ୍ଜନ ପୂଜାରୀ, ଦିବାକର ପଟ୍ଟନାୟକ, ଅବିନାଶ ମହାପାତ୍ର, ଲକ୍ଷ୍ମୀଧର ଦାସ ପ୍ରମୁଖ କାର୍ଯ୍ୟ ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *