କଳାବ୍ୟାଜ୍ ପିନ୍ଧିଲେ ଅମଲା, ସମୁହ ଛୁଟି ୧ରୁ

ପୁରୀ ଜିଲ୍ଲାସ୍ତରୀୟ ଅମଲା ମଞ୍ଚର ଆହ୍ଵାନକ୍ରମେ ଗୋପ ଵ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲାମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗୋପ ବିଇଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଵା ସହିତ ସୋମଵାରଠାରୁ କଳାଵ୍ୟାଜ୍ ପରିଧାନ କରିଛନ୍ତି। ଏଥିରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଦରମା ସମୀକରଣ କରାଯାଇ ଲେଵୁଲ-୪ରୁ ଲେଵୁଲ-୯କୁ ଉନ୍ନୀତ କରିବା ପାଇଁ ଦାଵି ଉପସ୍ଥାପନ କରାଯାଇଛି। ଯଦି ସରକାର ଏଥିରେ ରାଜି ନହୁଅନ୍ତି, ତେବେ ପ୍ରତିବାଦସ୍ୱରୂପ ଆସନ୍ତା ୧ତାରିଖରୁ କଲମ ଛାଡ଼ ଆନ୍ଦୋଳନ କରାଯିବା ସହିତ ସମୁହ ଛୁଟି ନେବାପାଇଁ ଅମଲା ସଂଘ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି। ଗୋପ ଵିଇଓଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ଚନ୍ଦ୍ରଶେଖର ପାତ୍ର, ବରିଷ୍ଠ ସହାୟକ ଵିଷ୍ଣୁପ୍ରସାଦ ମିଶ୍ର ଓ କନିଷ୍ଠ ସହାୟକ ଖିରୋଦ କୁମାର ନାୟକ ଵିଇଓ ସୁଶୀଳ କୁମାର ବ୍ରହ୍ମାଙ୍କୁ ଦାବିପତ୍ର ଦେବା ସହିତ କଳାଵ୍ୟାଜ୍ ପରିଧାନ କରିଛନ୍ତି।

Leave a Reply

Your email address will not be published. Required fields are marked *