ରଥଯାତ୍ରା ପାଇଁ ରଥକାର୍ଯ୍ୟ ଜୋର ସୋର ଚାଲିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି
ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ପାଇଁ ରଥକାର୍ଯ୍ୟ ଜୋରସୋର ଚାଲିଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ମରାମତି ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ। ସିଂହଦ୍ବାର ରୁପା ଛାଉଣୀ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। ଉଭୟ କାର୍ଯ୍ୟ ରଥଯାତ୍ରା ଅବଧି ମଧ୍ୟରେ ସାରିବାକୁ ନିଷ୍ପତ୍ତି ନିଆଯାଉଛି।ରୁପା ଛାଉଣୀ ପାଇଁ ଆବଶ୍ୟକ ରୂପା ଦାତା ଯୋଗାଇ ଦେବେ। କେତେ ରୁପା ଲାଗିବ ଜଣାଇଲା ପରେ ଦାତା ଦେବେ। ସେ ସମୟରେ ଉତ୍ତର ଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା ହେବ। ତେବେ ରଥଯାତ୍ରାବେଳେ ରୁପାରେ ଛାଉଣି ହେବ ସିଂହଦ୍ବାର। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏନେଇ ନିଷ୍ପତି ନିଆଯାଇଛି।
